ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମଧ୍ୟପ୍ରାଚ୍ୟର ଆଉ ଏକ ଦେଶରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ

Published By : Ankita S | June 23, 2025 8:03 AM

ନୂଆଦିଲ୍ଲୀ,୨୩/୦୬: ଇରାନ୍‌-ଇସ୍ରାଏଲ ଯୁଦ୍ଧ ଭିତରେ ମଧ୍ୟପ୍ରାଚ୍ୟର ଆଉ ଏକ ଦେଶରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ସିରିଆ ରାଜଧାନୀ ଦମିସ୍କସର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି । ଶିଶୁଙ୍କ ସମେତ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଚର୍ଚ୍ଚ ଭିଡ଼ ଭିତରେ ପଶି ଜଣେ ବ୍ୟକ୍ତି ବିସ୍ଫୋରଣ ଘଟାଇଥିଲା । ସେହି ସମୟରେ ଚର୍ଚ୍ଚରେ ଲୋକ ପ୍ରାର୍ଥନା କରୁଥିଲେ । ବିସ୍ଫୋରଣକୁ ନେଇ  ଆଇଏସଆଇଏସକୁ ଦାୟୀ କରିଛି ସିରିୟା ।

ସିରିଆ ରାଜଧାନୀ ଦମିସ୍କସର ସେଣ୍ଟ ଇଲିଆସ୍‌ ଚର୍ଚ୍ଚରେ  ଆତ୍ମଘାତୀ ବିସ୍ଫୋରଣ ହୋଇଥିରା ସିରିଆ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ ବିସ୍ଫୋରଣ ଘଟାଇଥିବା ଜଣକ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ସହ ଜଡ଼ିତ ଥିଲା । ଆଇଏସ୍‌ଆଇ ଗ୍ରୁପର ଜଣେ ସଦସ୍ୟ ଏହି ଆକ୍ରମଣ କରିଥିବା ସିରିଆ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚର୍ଚ୍ଚରେ ଲୋକ ପ୍ରାର୍ଥନା କରୁଥିବା ସମୟରେ ଏହି ଅଘଟଣ ଘଟିଛି । ବିସ୍ଫୋରଣ ପରର ଦୃଶ୍ୟ ଭୟାନକ ଥିଲା । 

ଅଧିକ ପଢନ୍ତୁ...ଇରାନ ଉପରେ ଆମେରିକାର ଆକ୍ରମଣ ପରେ ଗଲ୍ଫ ଅଞ୍ଚଳରେ ବିକିରଣର ପ୍ରଭାବ ନାହିଁ; ରିପୋର୍ଟ

ଦାଏସ୍‌ (ଆଇଏସ୍‌) ଆତଙ୍କୀ ଗୋଷ୍ଠୀର ଆତ୍ମଘାତୀ ଆକ୍ରମଣକାରୀ ପ୍ରଥମେ ଚର୍ଚ୍ଚ ଭିତରେ ପଶି ନିଜକୁ ଗୁଳି ଚଳାଇବା ପରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା । ଗୁଳି କରିବା ସମୟରେ ସେଠାରେ ଉପସ୍ଥିତ ଲୋକ ତାଙ୍କୁ ଅଟକାଉଥିବା ବେଳେ ସେ ନିଜକୁ ଉଡ଼ାଇ ଦେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

୨୦୧୧ରେ ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପରଠୁ ଚର୍ଚ୍ଚରେ ଏହା ପ୍ରଥମ ହମଲା । ଏହା ପୂର୍ବରୁ ସିରିଆରେ ସଂଖ୍ୟାଲଘୁଙ୍କ ସୁରକ୍ଷା ନୂଆ ସରକାର ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା । ସିରିଆ ଗୃହଯୁଦ୍ଧ ମଧ୍ୟରେ ଅନେକ ଲୋକ ଦେଶ ଛାଡିଛନ୍ତି । ଏବେ ଦେଶରେ ଇସାଇଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ ରହିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.