ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଏସବିଆଇ ଜି.ଏମ ହେଲେ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, କନ୍ଧମାଳ ପାଇଁ ଆଣିଲେ ଗର୍ବ

Published By : Gurupada Nath | June 15, 2025 11:21 PM

ଫିରିଙ୍ଗିଆ,୧୫/୬ : ଭାରତୀୟ ଷ୍ଟେଟ ବ୍ୟାଙ୍କର ଜିଏମ ଭାବେ ପଦୋନ୍ନତି ପାଇ କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ସାଜିଛନ୍ତି ଫିରିଙ୍ଗିଆର ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ପିତା ବିଦ୍ୟାଧର ପାଣିଗ୍ରାହୀଙ୍କ ଔରସରୁ ଓ ମାତା ପ୍ରମିଳା ଦେବୀଙ୍କ ଗର୍ଭରୁ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କ ଜନ୍ମ I ପ୍ରଥମେ ଫିରିଙ୍ଗିଆରେ ସ୍କୁଲ ଶିକ୍ଷା ଶେଷ କରି ଉଚ୍ଚ ଶିକ୍ଷା ପାଇଁ ଅର୍ଥନୀତି ବିଭାଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପନ କରି ଅଧ୍ୟାପକ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିଲେ ସୂର୍ଯ୍ୟନାରାୟଣ I ଦୀର୍ଘ ୬ ବର୍ଷ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବା ସୂର୍ଯ୍ୟନାରାୟଣ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ପିଓ ଭାବରେ ଚାକିରୀ କରିଥିଲେ I 

ଆଜି ମାୟା ନଗରୀ ମୁମ୍ବାଇରେ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଜେନେରାଲ ମ୍ୟାନେଜର ଭାବରେ କାର୍ଯ୍ୟରତ ଯାହାକି ଅଞ୍ଚଳ ପାଇଁ ଉଦାହରଣ ଅଟେ I ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀଙ୍କୁ ଏହି ପଦବୀ ମିଳିଥିବାରୁ ଅଂଚଳବାସୀ ଓ ସାଙ୍ଗ ସାଥି ଶୁଭେଚ୍ଛା ଜଣାଇଛନ୍ତି ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.