ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ

Published By : Ankita S | June 17, 2025 9:05 AM

ନୂଆଦିଲ୍ଲୀ,୧୭/୦୬: ବିମାନ ଅଘଟଣ । ବଢୁଛି ଡ଼ର । ଭୟଙ୍କର ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ପୁଣି ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ହୋଇଛି । ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖା ଦେଇଛି । ବିମାନର ବାମ ଇଞ୍ଜିନରେ ସମସ୍ୟା ଥିବା ଜଣାପଡ଼ିଛି । ଆମେରିକାର ସାନ୍ ଫ୍ରାନସିସ୍କୋରୁ ମୁମ୍ବାଇ ଅଭିମୁଖେ ଆସୁଥିଲା ବିମାନ । ତ୍ରୁଟି ପାଇଁ ବିମାନ କୋଲକାତାରେ ଏମରଜେନ୍ସିଂ ଲ୍ୟାଣ୍ଡିଂ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ କୋଲକାତାରେ ଓହ୍ଲାଇଛନ୍ତି । ଗତକାଲି (ସୋମବାର) ଯାନ୍ତ୍ରିକ ତ୍ରୁଟି ପାଇଁ  ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ମଝିରାସ୍ତାରୁ ଫେରି ଯାଇଥିଲା ।

ଆମେରିକାର ସାନ୍ ଫ୍ରାନସିସ୍କୋରୁ ଏୟାର ଇଣ୍ଡିଆ ବିମାନ ୧୮୦ କୋଲକାତା ଦେଇ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା । ଏହି ସମୟରେ ବିମାନର ବାମ ପଟ ଇଞ୍ଜିନ୍‌ରେ ତ୍ରୁଟି ଥିବା ଜଣାପଡିଥିଲା । ଫଳରେ କୋଲକାତା ଏୟାରପୋର୍ଟରେ ବିମାନ ଅଟକିଛି । ଭୋର୍‌ ୫ଟା ୨୦ ମିନିଟ୍‌ରେ ବିମାନରୁ ଯାତ୍ରୀ ସୁରକ୍ଷିତ କୋଲକାତା ବିମାନ ବନ୍ଦରରେ ଓହ୍ଲାଇଛନ୍ତି । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଇଲଟ ଏହି ନିଷ୍ପତ୍ତି ନେଇଛନ୍ତି । ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ବାରମ୍ବାର ବିମାନରେ ଯାନ୍ତ୍ରିକ ତ୍ରୁଟି ସାମ୍ନାକୁ ଆସୁଛି । 

ଅଧିକ ପଢନ୍ତୁ...ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି: ଉଡାଇବା ବେଳେ ସମସ୍ୟା, ଫେରିଗଲା ହଂକଂ

ଭୟାନକ ବିମାନ ଦୁର୍ଘଟଣା ପରେ ଲଗାତାର ଦୁଇଥର ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟିକୁ ନେଇ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଗତକାଲି (ମଙ୍ଗଳବାର) ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଯାନ୍ତ୍ରିକ ତ୍ରୁଟି ପାଇଁ ଅଧାବାଟରୁ ଫେରି ଯାଇଥିଲା । ବିମାନଟି ବୋଇଂ ୭୮୭-୮ ଡ୍ରିମଲାଇନ୍‌ର (ନଂ. ଏଆଇ ୩୧୫) ଥିଲା । ଉଡ଼ାଣର ପ୍ରାୟ ୯୦ ମିନିଟ୍‌ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜାଣିବାକୁ ପାଇଥିଲେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନକୁ ହଂକଂକୁ ଫେରାଇ ନେବା ଲାଗି ନିଷ୍ପତ୍ତି ହୋଇଥିଲା ।

କହ ରଖୁ କି, ଜୁନ୍‌ ୧୨ରେ ଘଟିଥିଲା ଭୀଷୟ ପ୍ଲେନ୍ କ୍ରାସ୍‌ରେ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ପ୍ଲେନ୍‌ରେ ଥିବା ୨୪୨ ଯାତ୍ରୀଙ୍କ ମଧ୍ୟରୁ କେବଳ ଜଣଙ୍କୁ ଛାଡି ସମସ୍ତେ ଆଖି ବୁଜିଥିଲେ । ମୃତଦେହ ଚିହ୍ନଟ ପାଇଁ ଡିଏନ୍‌ଏ ପରୀକ୍ଷା ଚାଲିଛି । ୧୧୯ ଜଣଙ୍କର ଡିଏନ୍‌ଏ ନମୂନା ମେଳ ଖାଇଛି । ୭୬ ମୃତଦେହ ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ଦୁର୍ଘଟଣାସ୍ଥଳରୁ ଦ୍ବିତୀୟ ବ୍ଲାକବକ୍ସ କକ୍‌ପିଟ୍‌ ଭଏସ୍‌ ରେକର୍ଡର ମିଳିଛି । ପ୍ଲେନ୍ ଟ୍ରାଜେଡିର କାରଣ ଖୋଜା ଚାଲିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.