ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆସିଲାଣି ବର୍ଷା, ଅଧାରେ ପଡ଼ିଛି ମନ୍ଦିର ଉନ୍ନତିକରଣ; ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Published By : Soubhagya Ranjan | June 14, 2025 10:11 PM

ବଲାଙ୍ଗିର,୧୪/୦୬: ବଲାଙ୍ଗିର ଜିଲ୍ଲା ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଦେବାଳୟ ଓ ଐତିହ୍ୟର ସଂରକ୍ଷଣ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କମିଟି ପକ୍ଷରୁ କୁହାଯାଇଛି ଯେ,  'ଐତିହ୍ୟ ସମ୍ପନ୍ନ ବଲାଙ୍ଗିର ଜିଲ୍ଲାର ମାଁ ପାଟଣେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୧ କୋଟି ୧୨ ଲକ୍ଷ ଟଙ୍କା, ମାଁ ସମଲେଶ୍ୱରୀ ମନ୍ଦିର ଉନ୍ନତିକରଣ ପାଇଁ ୩ କୋଟି ୧୫ ଲକ୍ଷ ୮୦ହଜାର ଟଙ୍କା ଏବଂ ଗୋପାଳଜୀ ମନ୍ଦିର ପାଇଁ ୫ କୋଟି ୭୦ ଲକ୍ଷ ୭୨ ହଜାର ଟଙ୍କା, କୋସଳ କଳାମଣ୍ଡଳ ଉନ୍ନତିକରଣ ପାଇଁ ୩ କୋଟି ୭୦ ଲକ୍ଷ ଏବଂ ୫୦୦ ସିଟ ବିଶିଷ୍ଟ ଅଡିଟୋରିୟମର ଉନ୍ନତିକରଣ ପାଇଁ ପୂର୍ବତନ ସରକାର ଆର୍ଥିକ ଅନୁଦାନ ଦେଇଥିଲେ। ହେଲେ ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ସେହି ଅର୍ଥ ପଡ଼ିରହିଛି । ଆସନ୍ତା ୧୭ ତାରିଖ ଦିନ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଗସ୍ତରେ ଆସୁଥିବା ବେଳେ ତାଙ୍କୁ ୪ ଗୋଟି ଦାବି ରଖାଯାଇଛି।  

ଏଥିରେ ଓଡ଼ିଶା ଅସ୍ମିତାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନତିକରଣ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲାର ଐତିହ୍ୟ ବହନ କରୁଥିବା ରାଣିପୁର ଝରିଏଲରୁ ବିରଳ ଫଟୋଚିତ୍ର ଜାତୀୟ ସଂଗ୍ରାହଳୟରେ ପୁନର୍ବାର ଲଗାଇବା ପାଇଁ ଦାବି କରାଯାଇଛି । ବଲାଙ୍ଗିର ଲୋଇସିଂହା ନିର୍ବାଚନ ମଣ୍ଡଳ କୁଶଙ୍ଗାଇ ଦେବୀ ମନ୍ଦିର ଉନ୍ନତିକରଣ ପାଇଁ ୪ କୋଟି ଟଙ୍କା ଏବଂ ପର୍ଯ୍ୟଟନ ମାନ୍ୟତା ପ୍ରଦାନ ଦାବି କରାଯାଇଛି। ସାଉନ୍ତପୁର ସାଉନ୍ତେଶ୍ୱରୀ ଦେବୀଙ୍କ ମନ୍ଦିର ଉନ୍ନତିକରଣ ପାଇଁ ଅର୍ଥ ବରାଦ କରିବା ପାଇଁ ଦାବି କରାଯାଇଛି । ସେହିପରି ଦେଓଗାଁ ଚିନିକଳ, ଐତିହ୍ୟ ବହନ କରୁଥିବା ସର୍ବପୁରାଣ ଜଳଗଞ୍ଜନ ପ୍ରେସକୁ ପୁନରୁଦ୍ଧାର ଏବଂ ୧୭ ଗୋଟି ଜଳାଶୟକୁ ପୁନରୁଦ୍ଧାର କରିବା ପାଇଁ ଦାବି କରାଯାଇଛି । ଆଜି ଦେବାଳୟ ସୁରକ୍ଷା କମିଟି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ପ୍ରଶାନ୍ତ ମହାକୁର, ଶମ୍ଭୁ ଶତପଥି, ଆଲୋକ ମିଶ୍ର, ନରେନ୍ଦ୍ର କବାଟ, ସୁରେନ୍ଦ୍ର ନେଗୀ, ଆଶୁତୋଷ ବାଗ ଦାବିପତ୍ର ପ୍ରଦାନ ବେଳେ ସାମିଲ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.