ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଟ୍ରାଫିକ୍ ଆଡଭାଇଜରି; ଅପରାହ୍ଣ ୩ଟାରୁ ରୋଡ୍‌ ସୋ' ପାଇଁ ୩ ଘଣ୍ଟା ରାସ୍ତା ବନ୍ଦ

Published By : Prameya | June 19, 2025 11:14 AM

ଭୁବନେଶ୍ୱର,୧୯/୦୬: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଭୁବନେଶ୍ୱର  ଗସ୍ତ ପାଇଁ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସ୍‌ପିଜି (ସ୍ପେସାଲ  ପ୍ରୋଟେକ୍ସନ ଗ୍ରୁପ୍‌) କମାଣ୍ଡୋଙ୍କ ସହ  ମିଶି ବ୍ଲୁ ବୁକ୍‌ ଅନୁସାରେ କମିଶନରେଟ୍‌  ପୁଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।  ମୋଦିଙ୍କ ରୋଡ୍‌ ସୋ’ ରୁଟ୍‌ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ  ୧୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ଜଗିବେ।  ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌  ରିହର୍ସାଲ କରାଯିବ । ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ବନ୍ଦ ରହିବ । 

ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। କର୍ମୀ/ସମର୍ଥକଙ୍କୁ ଧରି କଟକ ପଟୁ ଆସୁଥିବା ବସ୍‌ ରସୁଲଗଡ଼ ରେଳୱେ ଓଭରବ୍ରିଜ୍‌ ଠାରୁ ସର୍ଭିସ  ରୋଡରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ  ବିହାର ଛକରୁ ସୈନିକ ସ୍କୁଲ ରାସ୍ତା ଦେଇ ଜନତା  ମଇଦାନକୁ ଯିବ । ଖୋର୍ଦ୍ଧା ଆଡୁ ଆସୁଥିବା ବସ୍‌ଗୁଡିକ  ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍‌ର ସର୍ଭିସ  ରୋଡରେ ଆଚାର୍ଯ୍ୟବିହାର ଛକରୁ ବାମ ପଟେ  ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତାରେ  ସପ୍ତମ ବାଟାଲିଅନ ପଡିଆରେ ଅଟକିବ । କଳିଙ୍ଗ  ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ବସ୍‌ ପାର୍କିଂ  କରିପାରିବେ । 

ନନ୍ଦନକାନନ ରାସ୍ତା ପଟୁ ଆସୁଥିବା  ବସ ନାଲକୋ ଛକ-କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ  ରେଳୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ଗାଡି଼ଗୁଡ଼ିକ ପାର୍କିଂ  କରିପାରିବେ । ପୁରୀ ପଟୁ ଆସୁଥିବା ବସ୍‌ କଳ୍ପନା,  ରାଜମହଲ, ଶିଶୁଭବନ ଛକ, କ୍ୟାପିଟାଲ ହସ୍ପିଟାଲ  ଛକର ଏକ ଲାଇନ୍‌ରେ ପାର୍କିଂ କରିପାରିବେ ।  ଏହି ବସ୍‌ରେ ଥିବା ସମର୍ଥକମାନେ ରୋଡ୍‌ ସୋ  ଦେଖିପାରିବେ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ  ପିତାପଲ୍ଲୀ ଛକଠାରୁ ଚନ୍ଦକା ରାସ୍ତା ଦେଇ କଟକ  ଆଡୁ ଯାଇପାରିବ । କଟକ ପଟୁ ଭାରୀଯାନ ଆସିଲେ,  ବାଲିକୁଦା ଛକଠାରୁ ତ୍ରିଶୁଳିଆ ଦେଇ ପିତାପଲ୍ଲୀ  ଛକୁ ଯାଇପାରିବ । ସେହିପରି ବିମାନବନ୍ଦର, ଏଜି  ଛକ, ରାଜଭବନ ଗୋଲେଇ, ନାଲ୍‌କୋ ଛକ ଯାଏଁ  ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଭିତରେ ନଯିବାକୁ  ସାଧାରଣ ଜନତାଙ୍କୁ ପୁଲିସ ଅପିଲ୍‌ କରିଛି ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ  ସୁରକ୍ଷିତ ସମାରୋହ ପାଇଁ ୩୩ଜଣ  ଏଡିସିପି, ୯୩ଜଣ ଏସିପି, ୧୦୬ଜଣ  ଇନ୍ସପେକ୍ଟର, ୪୫୦ଜଣ ସବ୍‌ଇନ୍ସପେକ୍ଟର  ଓ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ପାହ୍ୟା  ଅଧିକାରୀ ମୁତୟନ ହେବେ ।  ମୋଦିଙ୍କ ରୋଡ୍‌ ସୋ ବେଳେ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଉଛି କମିଶନରେଟ୍‌  ପୁଲିସ । ୨୪ ପ୍ଲାଟୁନ୍‌ ଫୋର୍ସ ଟ୍ରାଫିକ୍‌  ପରିଚାଳନା ପାଇଁ ସଜାଗ ରହିବେ । ଏହି  ରୁଟ୍‌ରେ ପଡୁଥିବା ୯୨ଟି ଲେନ୍‌ ଓ ବାଇଲେନ୍‌କୁ  ବ୍ଲକ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନତା  ମଇଦାନର ସଭାସ୍ଥଳକୁ ନୋ ଫ୍ଲାଇଙ୍ଗ୍‌  ଜୋନ୍‌ ଘୋଷଣା କରାଯାଇଛି । କେହି  ଡ୍ରୋନ୍‌ ଉଡ଼ାଇଲେ ଗୁଳି କରି ଖସାଇ  ଦିଆଯିବ । ବିମାନବନ୍ଦରରୁ ଏଜି ଛକ,  ରାଜଭବନ, ଜୟଦେବ ବିହାର, ଜନତା  ମଇଦାନ ରାସ୍ତାର ୨ ପାଶ୍ୱର୍ରେ ପଡୁଥିବା  ସପିଂ ମଲ୍‌, ଉଚ୍ଚ ଅଟାଳିକାଗୁଡିକୁ ଯାଞ୍ଚ  କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.