ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

୧୪,୦୦୦ କୋଟି ସମ୍ପତ୍ତି ଜବତ ପରେ ବି ବିଦେଶରେ ବିଳାସପୂର୍ଣ୍ଣ ଜୀବନ କାଟୁଛନ୍ତି ମାଲ୍ୟା, ଜାଣନ୍ତୁ ପୁଅ ସିଦ୍ଧାର୍ଥ କରୁଛନ୍ତି କ'ଣ ?

Published By : Krishna Priya | June 9, 2025 11:57 AM

ନୂଆଦିଲ୍ଲୀ ୦୯/୦୬: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା । ୧୭ଟି ଭାରତୀୟ କେନ୍ଦ୍ରୀୟ ବ୍ୟାଙ୍କରୁ ୧୪ ହଜାର କୋଟି ଟଙ୍କା ନେଇ ଲଣ୍ଡନ ଫେରାର ହୋଇଯାଇଥିବା ମାଲ୍ୟା ୯ ବର୍ଷ ପରେ ନିଜର ନୀରବତା ଭାଙ୍ଗିଛନ୍ତି। ଏକ ୟୁଟ୍ୟୁବ୍ ଚ୍ୟାନେଲ ସହିତ ୪ ଘଣ୍ଟାର ସାକ୍ଷାତକାରରେ ସେ ସବୁକିଛି ଖୁଲାସା କରିଛନ୍ତି। ବ୍ୟାଙ୍କ ଋଣ ଠାରୁ ଆରମ୍ଭ କରି ପଳାତକ ଏବଂ ଚୋର ଟ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ବିଷୟରେ କହିଛନ୍ତି। 

ବିଜୟ ମାଲ୍ୟା ହୁଏତ ଏକ ବ୍ୟବସାୟିକ ପରିବାରରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ନିଜକୁ ପ୍ରମାଣିତ କରିବା ପାଇଁ ତାଙ୍କୁ ୪୦୦ ଟଙ୍କା ଦରମାରେ ଚାକିରି କରିବାକୁ ପଡିଥିଲା। ବାପା ବିଟ୍ଠଲ ମାଲ୍ୟାଙ୍କ ମୃତ୍ୟୁ ପରେ, ସେ ୟୁନାଇଟେଡ୍ ବ୍ରିଓ୍ବେରିସ୍ ଗ୍ରୁପ୍‌କୁ ନିଜ ହାତକୁ ନେଇଥିଲେ, ଯାହା କିଙ୍ଗ୍‌ଫିଶର୍ ବିୟର ପାଇଁ ଜଣାଶୁଣା। 

୨୦୦୫ ମସିହାରେ, ବିଜୟ ମାଲ୍ୟା ଓ ତାଙ୍କ ପୁଅ ସିଦ୍ଧାର୍ଥଙ୍କ ୧୮ତମ ଜନ୍ମଦିନରେ ଏକ ପ୍ରିମିୟମ୍ ଉଡ଼ାଣ ଅଭିଜ୍ଞତା ପ୍ରଦାନ କରିବା ଲକ୍ଷ୍ୟରେ କିଙ୍ଗଫିସର୍ ଏୟାରଲାଇନ୍ସ ଆରମ୍ଭ କରିଥିଲେ । ୨୦୦୮ ସୁଦ୍ଧା ଏହା ଭାରତର ସର୍ବବୃହତ ଏୟାରଲାଇନ୍ସ ହୋଇଗଲା। ହେଲେ, ଖୁବ୍ ଶୀଘ୍ର ଆର୍ଥିକ ସମସ୍ୟା ଦେଖାଦେଲା। ମାଲ୍ୟା ବିମାନ କମ୍ପାନୀର ପତନ ପାଇଁ ସରକାରୀ ନୀତିକୁ ଦାୟୀ କରିଛନ୍ତି, ବିମାନ ଇନ୍ଧନର ମୂଲ୍ୟ ବଢିବା ଏବଂ ଅତ୍ୟଧିକ ବିକ୍ରୟ ଟିକସକୁ ପ୍ରମୁଖ ସମସ୍ୟା ବୋଲି ଉଲ୍ଲେଖ କରିଛନ୍ତି । ଏହି ସମୟରେ ବିଜୟ ମାଲ୍ୟା କଂଗ୍ରେସର ତତ୍କାଳୀନ ଅର୍ଥମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ, କିନ୍ତୁ ତାଙ୍କୁ ସରକାରଙ୍କଠାରୁ କୌଣସି ସାହାଯ୍ୟ ମିଳିନଥିଲା। ବିଦେଶୀ ନିବେଶ ପାଇଁ ଅନୁମତି ନମିଳିବାରୁ ବିମାନ କମ୍ପାନୀ ଦେବାଳିଆ ହେବା ସହ ବନ୍ଦ ହୋଇଯାଇଥିଲା ।

ମାଲ୍ୟା କହିଛନ୍ତି, ଯେ ଋଣ ଆଦାୟ ଟ୍ରିବ୍ୟୁନାଲ (DRT) ଅନୁଯାୟୀ, ତାଙ୍କର ୬,୨୦୩ କୋଟି ଟଙ୍କାର ଋଣ ରହିଛି, ଯେଉଁଥିରେ କେବଳ ସୁଧ ଅନ୍ତର୍ଭୁକ୍ତ, କିନ୍ତୁ ସରକାର ଦାବି କରୁଛନ୍ତି ଯେ ଏହା ୯,୦୦୦ କୋଟି ଟଙ୍କା । ଏପର୍ଯ୍ୟନ୍ତ, ତାଙ୍କ ସମ୍ପତ୍ତି ଜବତ ପରେ ନିଲାମ କରି ୧୪,୦୦୦ କୋଟି ଟଙ୍କାରୁ ଅଧିକ ଆଦାୟ କରାଯାଇଛି । ମାଲ୍ୟା ଦାବି କରିଛନ୍ତି ଯେ ସରକାର କେଉଁ ସମ୍ପତ୍ତି ବିକ୍ରି କରିଛନ୍ତି ତାଙ୍କୁ କିଛି ଜଣାନାହିଁ। ଏହି ବିକ୍ରୟ ସତ୍ତ୍ୱେ, ସେ ଏବେ ବି ଯଥେଷ୍ଟ ସମ୍ପତ୍ତିର ମାଲିକ ଏବଂ ଲଣ୍ଡନରେ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଛନ୍ତି।

ବିଜୟ ମାଲ୍ୟାଙ୍କ ପୁଅ ସିଦ୍ଧାର୍ଥ ମାଲ୍ୟା ଗତ ବର୍ଷ ବିବାହ କରିଥିଲେ। ସେ ତାଙ୍କ ସ୍ତ୍ରୀଙ୍କ ସହ ଲଣ୍ଡନରେ ରୁହନ୍ତି। ବାପା ଜଣେ ବ୍ୟବସାୟୀ କିନ୍ତୁ ପୁଅ ମଡେଲ ତଥା ଅଭିନେତା ଭାବରେ କାମ ଆରମ୍ଭ କରିଥିଲେ। ଅନେକ ଫିଲ୍ମ ଏବଂ ଟେଲିଭିଜନ ଶୋ’ରେ କାମ କରିଥିବା ସିଦ୍ଧାର୍ଥ ତାଙ୍କର ଅଧିକାଂଶ ସମୟ ସାମାଜିକ କାର୍ଯ୍ୟରେ ବିତାଇଥାନ୍ତି। ଏକ ଅନଲାଇନ୍ ଭିଡିଓ ଶୋ’ ହୋଷ୍ଟ କରୁଥିବା ସିଦ୍ଧାର୍ଥ ଗିନିଜ୍ ପାଇଁ ମାର୍କେଟିଂ ମ୍ୟାନେଜର ଭାବରେ ମଧ୍ୟ କାମ କରିଛନ୍ତି।

୨୦୧୯ ମସିହାରେ ଇଂରାଜୀ ଖବରକାଗଜ ଡେକାନ କ୍ରୋନିକଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ ଧ୍ୟାନ ଦେବା ପୂର୍ବରୁ ଅନେକ ବର୍ଷ ଧରି ଡିପ୍ରେସନ ସହିତ ସଂଘର୍ଷ କରୁଥିଲେ। ସେ ମାନସିକ ସ୍ୱାସ୍ଥ୍ୟ ଉପରେ ଦୁଇଟି ପୁସ୍ତକ ମଧ୍ୟ ଲେଖିଛନ୍ତି, "ଇଫ୍ ଆଇ ଆମ୍ ଅନେଷ୍ଟ: ଏ ମେମୋଇର୍ ଅଫ୍ ମାଇ ମେଣ୍ଟାଲ୍ ହେଲ୍‌ଥ ଜର୍ଣ୍ଣି" ଏବଂ "ସ୍ୟାଡ୍-ଗ୍ଲାଡ୍"। ସେ ମାନସିକ ସ୍ୱାସ୍ଥ୍ୟ ଉପରେ ଅନେକ ଶୋ' ମଧ୍ୟ କରନ୍ତି। ଏକ ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ, ସିଦ୍ଧାର୍ଥ ମାଲ୍ୟାଙ୍କର ୩୮୦ ନିୟୁତ ଡଲାରର ସମ୍ପତ୍ତି ଅଛି, ତାଙ୍କ ପିତାଙ୍କ ବ୍ୟବସାୟ ବ୍ୟତୀତ, ସେ ମନୋରଞ୍ଜନ ଏବଂ ମଡେଲିଂରୁ ମଧ୍ୟ ରୋଜଗାର କରୁଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.