ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କେସିଙ୍ଗା ଏନ୍ଏସିରେ ଗଡ଼ିଲା ବିକାଶ ବାହନ..

Published By : Manash Sahoo | June 17, 2025 5:57 PM

କେସିଙ୍ଗା, ଏନ୍ଏସି,୧୭/୦୬; କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ୧୨ ଗୋଟି ୱାର୍ଡ ରେ ଦୁଇଦିନ ବୁଲିବ ବିକାଶ ବାହନ । ଏନେଇ ବୁଧବାର ସକାଳୁ ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ଏନଏସି କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଉକ୍ତ ବାହାନ ଦିନକୁ ୬ଟି ୱାର୍ଡ ବୁଲି ରାଜ୍ୟ ସରକାରଙ୍କ ଏକ ବର୍ଷର ବିକାଶ ଏବଂ ଉପଲବ୍ଧି ବାବଦରେ ଲୋକଙ୍କୁ ଅବଗତ କରାଇବ। 

ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ଟାଉନ ନୋଡାଲ ଅଫିସର ନାରାୟଣ ମହାରଣା, ‘ବିକାଶ ବାହାନ’ ନୋଡାଲ ଅଫିସର ନାରାୟଣ ସେନ, ମୋହନ ସାହୁ, ନୃସିଂହ ଚରଣ ବେହେରା, ଶ୍ରୀନିବାସ ଶ୍ରିନୁ, ଆକୁଳ ନାଏକ, ଗଦାଧର ସିଂଦେଓ, ରମାକାନ୍ତ ଜେନା, ଧରଣୀଧର ନାଏକ, ୱାର୍ଡର ସମସ୍ତ କାଉନସିଲରଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.