ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କେବେ ମହାକାଶ ଯାତ୍ରା କରିବେ ଶୁଭାଂଶୁ ଶୁକ୍ଳା ? ୬ଷ୍ଠ ଥର ପାଇଁ ଆକ୍ସିଓମ୍‌ ଲଞ୍ଚିଂ ସ୍ଥଗିତ

Published By : Ankita S | June 20, 2025 8:38 AM

ନୂଆଦିଲ୍ଲୀ,୨୦/୦୬: କେବେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ପୁଣି ଘୁଞ୍ଚିଲା ଆକ୍ସିଓମ୍‌ ମିଶନ୍ । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଷଷ୍ଠ ଥର ପାଇଁ ଆକ୍ସିଓମ୍ ମିଶନ୍ ଲଞ୍ଚିଂ ସ୍ଥଗିତ ରହିଛି । ଜୁନ୍‌ ୨୨ ତାରିଖରେ ମିଶନ୍ ଲଞ୍ଚିଂ ନେଇ ନୂଆ ତାରିଖ ଜାରି କରିଥିଲା ଇସ୍ରାେ । ହେଲେ ତାହା ପୁଣି ସ୍ଥଗତି ରହିଛି । ଖୁବଶୀଘ୍ର ନାସା ନୂଆ ତାରିଖ ଘୋଷଣା କରିବ । 

ଜୁନ୍‌ ୧୯ ତାରିଖରେ ଲଞ୍ଚ ହେବାକୁ ଥିବା ଆକ୍ସିଓମ୍‌-୪ ମିଶନ୍‌ ଜୁନ୍‌ ୨୨ରେ ହେବାକୁ ଇସ୍ରୋ ତାରିଖ ଘୋଷଣା କରିଥିଲା । ଏହାକୁ ପୁଣି ସ୍ଥଗିତ ରଖାଯାଇଛି । ଆକ୍ସିଓମ୍‌ ସ୍ପେସ୍‌ ନାସା ଓ ସ୍ପେସ୍‌ଏକ୍ସ ସହ ମିଶି ଏହି ତାରିଖକୁ ସ୍ଥଗିତ ରଖିଛନ୍ତି । ଶୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ ନାସା । ନାସା ପକ୍ଷରୁ କୁହାଯାଇଛି କି, ''ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ୍ (ଆଇଏସଏସ୍‌)ର Zvezda ସର୍ଭିସ ମଡ୍ୟୁଲର ପଛ ଭାଗ ସଜଡା କାମ ପରେ ଷ୍ଟେସନ୍‌ର ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯାଉଛି । ଆଇଏସଏସ୍‌ର ସବୁ ସିଷ୍ଟମ ପରସ୍ପର ସହ ଜଡ଼ିତ । ତେଣୁ ନାସା ସୁନିଶ୍ଚିତ କରିବାକୁ ଚାହେଁ କି ମହାକାଶ ଯାତ୍ରୀଙ୍କୁ ଷ୍ଟେସନ୍‌ ପଠାଇବା ପୂର୍ବରୁ ସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଏବଂ ପ୍ରସ୍ତୁତ ହେଉ ।''

କଣ ଆକ୍ସିଓମ୍‌-୪  ମିଶନ୍‌- ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି । କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ । ମିଶନ୍‌ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି । ଆକ୍ସିଓମ୍‌-୪ ଏକ ଘରେଇ ମହାକାଶ ମିଶନ୍, ଯାହା ଆକ୍ସିଓମ୍‌ ସ୍ପେସ୍‌, ନାସା ଓ ସ୍ପେସ୍‌ଏକ୍ସର ସହଯୋଗରେ ସଂଚାଳିତ ହେଉଛି । ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍‌ ଓ କ୍ରରୁ ଡ୍ରାଗନ୍‌ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚାଇବ । ମିଶନ୍‌ରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି । ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ । ମିଶନ୍‌ର ଅବଧି ୧୪ ଦିନ ରହିବ । ଏଥିରେ ମହାକାଶ ଯାତ୍ରୀ ସ୍ପେସ୍‌ ଷ୍ଟେସନ୍‌ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ । ଭାରତର ମହାକାଶ ଯାତ୍ରା କାର୍ଯ୍ୟକ୍ରମ ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ ।

ଷଷ୍ଠ ଥର ସ୍ଥଗିତ ମିଶନ୍‌- ପ୍ରଥମେ ଆକ୍ସିଓମ୍‌-୪ ମିଶନ ଉତ୍‌କ୍ଷେପଣ ପାଇଁ ଗତ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା । ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ଅନେକ ଥର ବାତିଲ କରିବାକୁ ପଡିଥିଲା । ଷଷ୍ଠ ଥର ପାଇଁ ମିଶନ୍‌ ସ୍ଥଗିତ ରହିଛି । ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.