ନରସିଂହପୁର, ୧୩/୬(ଆପ୍ର): ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆ ଫୁଲପଡା ଗ୍ରାମରେ ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ବିରଞ୍ଚି ବେହେରାଙ୍କ ପତ୍ନୀ ଶାନ୍ତିଲତା ବେହେରା ୪୭ ବର୍ଷ ବୋଲି ଜଣାପଡିଛି।
ସୂଚନାରୁ ପ୍ରକାଶ ଯେ ଶାନ୍ତିଲତା ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ସମୟରେ ଏକ ପର୍ବତୀଆ ଚିତ୍ତି ସାପ କାମୁଡ଼ିଥିଲା। ଶାନ୍ତିଲତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ନରସିଂହପୁର ମେଡିକାଲକୁ ଆଣିଥିବା ବେଳେ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା।
ତେବେ ସେଠାରେ ପହଞ୍ଚିବାବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।