ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବିଶ୍ୱ ସଙ୍ଗୀତ ଦିବସ; ଏକୁଟିଆପଣର ସାଥୀ, ଯେତେ ଶୁଣିଲେ ସେତେ ଇଚ୍ଛା ହୁଏ...

Published By : Ankita S | June 21, 2025 9:17 AM

ନୂଆଦିଲ୍ଲୀ,୨୧/୦୬: ରୋଗିଣା ମନର ଔଷଧ । ଏକୁଟିଆପଣର ସାଥୀ । ଜୀବନ ରାସ୍ତା ସହଜ ହୋଇଯାଏ ସାଥିରେ ସେ ଥିଲେ । ଦୁନିଆ ସଂଗୀତର ଭାଷା ବୁଝେ । ସଂଗୀତ ଆତ୍ମାର କବିତା । ଜୀବନର ଅଂଶ ସେ । ତା ବିନା ଜୀବନ ଗୋଟେ ପ୍ରଶ୍ନ । ଜୀବନରେ କେହି ଜଣେ ମନର ମିତ ହେବା ଦରକାର । ମନର ମିତ ନଥଲେ ସାଥିରେ ଗୀତ ରହିବା ଦରକାର । ସୁଖ, ଦୁଃଖ, ଚିନ୍ତା, ସେଲିବ୍ରେସନ୍‌, ଯାତ୍ରା ସବୁ ପରିସ୍ଥିତିର ସାଥୀ ସେ । ସଂଗୀତରୁ ଶାନ୍ତି ମିଳେ । ଏହା କେବଳ ମନୋରଞ୍ଜନ ମାଧ୍ୟମ ନୁହେଁ ଜୀବନରେ ଥେରାପି ଭଳି କାମ କରେ ସଂଗୀତ । ଦୁନିଆର ସବୁଠୁ ସହଜ ଭାଷା ହେଉଛି ସଙ୍ଗୀତ । ସଂଗୀତର ଏହି ଉପଯୋଗିତା ଓ ମହତ୍ୱକୁ ନେଇ ସଚେତନ କରିବାକୁ ପ୍ରତିବର୍ଷ ଜୁନ ୨୧କୁ ବିଶ୍ୱ ସଂଗୀତ ଦିବସ ଭାବେ ପାଳନ କରାଯାଏ ।

ସଂଗୀତ ସମସ୍ତଙ୍କୁ ସେମାନଙ୍କ ପସନ୍ଦ ଓ ଆବଶ୍ୟକତା ହିସାବରେ ଆନନ୍ଦ ଦିଏ  । ସଂଗୀତ ସହ ଫ୍ରାନ୍ସ ଲୋକଙ୍କ ଖାସ୍ ସମ୍ପର୍କ ରହିଛି । ୧୯୮୨ରେ ସଂଗୀତ ଦିବସ ପାଳନ କରିବାକୁ ଘୋଷଣା ହୋଇଥିଲା । ସେହି ସମୟରେ ଫ୍ରାନ୍ସର ସଂସ୍କୃତି ମନ୍ତ୍ରୀ ଥିବା ଜ୍ୟାକ୍ ଲେଗ ସଂଗୀତ ଦିବସ ପାଳନ ନେଇ ପ୍ରସ୍ତାବ ଦେଇଥିଲେ । ଏହାକୁ ୩୨ ଦେଶ ସମର୍ଥନ କରିଥିଲେ । ଏହା ପରେ ଅନେକ ଦେଶ ଏହି ଦିନକୁ ସେଲିବ୍ରେଟ କରୁଛନ୍ତି ।  ସଂଗୀତ ଆମକୁ ମାନସିକ ଶାନ୍ତି ଦିଏ । ତାକୁ ପଦେ ଶୁଣିଲେ ମନକୁ ଖୁସି ମିଳେ ।  ଦୁଃଖରୁ ରିଲାକ୍ସ ଫିଲ୍‌ କରାଏ । ଏକୁଟିଆ ପଣର ସାଥୀ ସଂଗୀତ । ଖାଲି ଭାରତ ନୁହେଁ ଆମେରିକା, କାନାଡ଼ା, ବ୍ରିଟେନ୍‌, ଗ୍ରୀସ, ଅଷ୍ଟ୍ରେଲିଆ , ବ୍ରାଜିଲ ସମେତ ଦେଶ ଏହି ଦିନକୁ ସେଲିବ୍ରେଟ୍ କରିଥାନ୍ତି ।

ଗୀତ ଯେତେ ପୁରୁଣା ହେଲେ ବି ଅଭୁଲା, ଅପାସୋରା । ଚିରସବୁଜ... ।  ଯେତେ ଶୁଣିଲେ ବି ତାକୁ ଆହୁରି ଶୁଣିବାକୁ ଇଚ୍ଛା ହୁଏ । ତା’ର ମାଧୁର୍ଯ୍ୟ, ମୁର୍ଚ୍ଛନା ଆତ୍ମାକୁ ଶାନ୍ତି ଦିଏ । ଆଜିକାଲି ଗୀତ ବାଜୁଛି ହେଲେ ମନକୁ ଛୁଉଁନି । ଟ୍ରେଣ୍ଡିଂ, ଭ୍ୟୁଜ୍‌ରେ ଖୁସି ନୂଆପିଢି । ଆଜିକାଲିର ଗୀତରେ ଭାଷା, ଶଦ୍ଦ ତାର ମହତ୍ତ୍ୱ ହରାଉଛି । ଓଡିଆ ଗୀତରେ ହିନ୍ଦୀ, ଇଂରାଜୀ ଶବ୍ଦ ବ୍ୟବହାର ହେଉଛି । ସମୟ ଅନୁସାରେ ଧାରା ବଦଳିବା ସ୍ୱାଭାବିକ, କିନ୍ତୁ ଭାବ ଅକ୍ଷୁଣ୍ଣ ରହିବା ଜରୁରି । ସଂଗୀତ ଉଡ଼ିବାକୁ ଡେଣା ଦିଏ । କଳ୍ପନା ଓ ଜୀବନରେ ଜିତିବାକୁ ସାହସ ଦିଏ । ସେଥିପାଇଁ ତ କୁହା ଯାଏ ସାତ ସୁରେ ବନ୍ଧା ଏ ଜୀବନ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.