ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମାଛ ଧରିବା ହେଲା କାଳ, କନ୍ଦଳ ନଦୀରେ ବୁଡି ଯୁବକ ନିଖୋଜ

Published By : Suraj Kumar | June 16, 2025 9:01 PM

ନିଆଳି, ୧୬।୬ : ମାଛ ଧରିବା ହେଲା କାଳ। କନ୍ଦଳ ନଦୀରେ ବୁଡି ଜଣେ  ଯୁବକ ନିଖୋଜ ହୋଇଛି। ନିଖୋଜ ଯୁବକ ଜଣକ ହେଲେ ନିଆଳି ଥାନା ଅଧିନସ୍ଥ ଅଲଣା ପଂଚାୟତ ଅଲଣା ଗ୍ରାମର ବଳରାମ ଭୋଇ ।

ନିଆଳି ଥାନା ଅଧିନସ୍ଥ ଅଲଣା ପଂଚାୟତ ଅଲଣା ଗ୍ରାମର ବଳରାମ ଭୋଇ (୪୦) କନ୍ଦଳ ନଦୀକୁ ମାଛ ଧରିବାକୁ ଯାଇଥିଲେ। ମାଛ ଧରୁଥିବା ସମୟରେ ଖସି ଯିବାରୁ ଚିତ୍କାର କରି ହାଟ ଟେକି ସ୍ଥାନୀୟ ଲୋକଙ୍କୁ ଡାକ ପକାଇଥିଲେ। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ନପାରିବାରୁ ନିଆଳି ଅଗ୍ନିସେବା ବାହିନୀକୁ ଖବର ଦେଇଥିଲେ। ଅଗ୍ନିସେବା ବାହିନୀର ଏକ ଟିମ ତିନି ଘଣ୍ଟା କାଳ ଖୋଜା ଖୋଜି କରିଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ର ପତ୍ତା ମିଳିନଥିଲା।ଏହି ଘଟଣା ସାରା ଅଞ୍ଚଳରେ ଏକ ଦୁଖଃଦ ପରିବେଶ ସୃଷ୍ଟି କରିଛି। ଘଟଣା ସ୍ଥଳରେ ନିଆଳି ପୋଲିସ ଉପସ୍ଥିତ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.