ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କାର୍-ମୋପେଡ୍ ମୁହାଁମୁହିଁ ଧକ୍କା, ୨ ମୃତ

Published By : Anindita Ratha | June 13, 2025 2:18 PM

କୋଲାବିରା,୧୩/୦୬: କାର୍-ମୋପେଡ୍ ମୁହାଁମୁହିଁ ଧକ୍କା। ଘଟଣାସ୍ଥଳରେ ୨ ମୋପେଡ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ସମାସିଂହା-ସୋଡାମାଳ ରାସ୍ତାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ମୃତକମାନେ ହେଲେ କୋଲାବିରା ଥାନା ଲୁଡୁଙ୍ଗ ଗ୍ରାମର ରବି ଭୋଇ ଓ ସମାସିଂହା ଗ୍ରାମର ଗଣେଶ ଜୟପୂରିୟା ।

ସୂଚନା ମୁତାବକ,ମୋପେଡ଼୍‌ଟି ସୋଡ଼ାମାଲରୁ ସମାସିଂହ ଆଡକୁ ଆସୁଥିବା ବେଳେ କାରଟି ସୋଡାମାଳ ଆଡ଼କୁ ଯାଉଥିଲା। ସେହି ସମୟରେ କାର୍-ମୋପେଡ୍ ମଧ୍ୟରେ ମୁହାଁମହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ମୋପେଡ୍ ଚାଳକ ଓ ତାଙ୍କୁ ଲିଫ୍ଟ ମାଗି ଆସୁଥିବା ସମାସିଂହର ଗଣେଶଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଉଭୟଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଲୟକୁ ନିଆଯାଇଥିଲା । ଏନେଇ ଖବର ପାଇ ପୁଲିସ କାର୍ ଓ ମୋପେଡକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.