ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଇତିହାସର ମୂକସାକ୍ଷୀ ପଦ୍ମାସିନୀ ମନ୍ଦିର, ସମାଧିସ୍ଥ ପଦମପୁରରେ ଲୁଚିଛି ବୌଦ୍ଧ ଧର୍ମର ସନ୍ତକ

Published By : Prameya | June 7, 2025 1:05 PM

ଝାରସୁଗୁଡ଼ା,୦୭/୦୬(ମେହବୁବ ମାହତାବ):  ଏକ ସମୃଦ୍ଧ ବିଭବଶାଳୀ ଅଞ୍ଚଳ ହୀରାକୁଦ  ଜଳଭଣ୍ଡାରରେ ଜଳ ସମାଧି ନେଇଗଲା । ୧୯୫୫-୫୬ ମସିହାରେ ଜଳଭଣ୍ଡାରରେ  ଲୀନ ହୋଇଗଲା ପ୍ରସିଦ୍ଧ ପଦମପୁର ଗାଁ ।  ଯେଉଁଠି ଜନ୍ମ ନେଇଥିଲେ ଦ୍ୱିତୀୟ ବୁଦ୍ଧ ଭାବେ  ଖ୍ୟାତ ତାନ୍ତ୍ରିକ ବୌଦ୍ଧ ଧର୍ମର ଗୁରୁ ପଦ୍ମସମ୍ଭବ  ଏବଂ ଭବଭୂତିଙ୍କ ପରି ମହାପୁରୁଷ । ଏଥିସହ  ହୀରାକୁଦ ବହୁମୁଖୀ ବନ୍ଧ  ନିର୍ମାଣ ସମୟର ବିସ୍ଥାପନର  ଛାତି ଥରା କାହାଣୀ କହୁଛି  ପଦମପୁର ଗାଁର ଭଗ୍ନ  ମନ୍ଦିର । ଐତିହାସିକ ସ୍ଥଳୀ  ପଦ୍ମାସିନୀ ମନ୍ଦିର ଇତିହାସର ମୂକସାକ୍ଷୀ । ସପ୍ତମ  ଶତାବ୍ଦୀର ତାନ୍ତ୍ରିକ ବୌଦ୍ଧ ଧର୍ମୀୟ ଇତିହାସ  ହେଉ କି ପଣ୍ଡୁ ବଂଶୀ ରାଜା ଅବା ସୋମ ବଂଶୀ  ରାଜାଙ୍କ ଶାସନ କାଳର ଇତିହାସର ସନ୍ତକ  ଆଜି ଏହି ମାଟି ତଳେ ଲୁଚି ରହିଛି । ଏବେ ବି  ପ୍ରତ୍ନତାତ୍ତ୍ୱିକ ଖନନ ହେଲେ ବହୁ ଅଜଣା ତଥ୍ୟ  ଲୋକଲୋଚନକୁ ଆସି ପାରିବ ।

ମହାନଦୀ, ସାନକେଲୋ ଏବଂ  ବଡ଼କେଲୋର ମିଳନ ସ୍ଥଳରେ ଗଢ଼ି ଉଠିଥିଲା  ପଦମପୁର ଗାଁ । ସେ ସମୟର ଏକ ସମୃଦ୍ଧ  ଗାଁ । ଥାନା, ପୋଷ୍ଟ ଅଫିସ, ପ୍ରାଥମିକ ସ୍କୁଲ  ସବୁକିଛି ଥିଲା । ବିଭିନ୍ନ ଜାତିର ଲୋକଙ୍କ  ଥିଲା ସହାବସ୍ଥାନ । କୁଷ୍ଟା ଜାତିର ଲୋକଙ୍କ  ଦ୍ୱାରା ବୁଣା ଯାଇଥିବା ଶାଢ଼ି ଦେଶ ବିଦେଶକୁ  ପହଞ୍ଚିଥିଲା । ଶହ ଶହ ବର୍ଷରୁ ପୂଜା ପାଇ  ଆସୁଥିବା ଇଷ୍ଟଦେବୀ ପଦ୍ମାସିନୀଙ୍କ ଗୁଡ଼ି  (ମନ୍ଦିର) ରହିଥିଲା। ଏଥିସହ ଜଗନ୍ନାଥ ମନ୍ଦିର  ଏବଂ ସମଲେଇ ଗୁଡ଼ି ବି ଥିଲା । ଆଜି ଲୋକଙ୍କ  ମଧ୍ୟରେ ବିଶ୍ୱାସ ରହିଛି ସାତବହନୀଙ୍କ ମଧ୍ୟରେ  ଦେବୀ ପଦ୍ମାସିନୀ ମଧ୍ୟ ଜଣେ । 

ଅଷ୍ଟମ ଶତାବ୍ଦୀରେ ଏହି ପଦ୍ମାସିନୀ ମନ୍ଦିର  ନିର୍ମିତ ହୋଇଥିବା ଅନୁମାନ କରାଯାଏ । ଭିନ୍ନ  ଭିନ୍ନ ଐତିହାସିକ ଭିନ୍ନ ମତ ରଖନ୍ତି । ଐତିହାସିକ  ଶଶାଙ୍କ ଶେଖର ପଣ୍ଡାଙ୍କ ମତରେ ପଦମପୁରର  ପଦ୍ମାସିନୀ ମନ୍ଦିର ପଣ୍ଡୁବଂଶୀ ରାଜାମାନଙ୍କ ଶାସନ  କାଳରେ ନିର୍ମିତ । ସେହିପରି ଅନ୍ୟ ଐତିହାସିକ  ଏହି ମନ୍ଦିରର ନିର୍ମାଣ ସୋମ ବଂଶୀୟ ରାଜାଙ୍କ  ସମୟର ବୋଲି କହନ୍ତି । ମନ୍ଦିର ମୁଖଶାଳା  ଠାରେ ଥିବା ପୁରୁଣା ସ୍ତମ୍ବ ଗୁଡ଼ିକ ବହୁ ପୁରୁଣା  ଇତିହାସକୁ ଦର୍ଶାଇଥାନ୍ତି । ସପ୍ତମ ଶତାବ୍ଦୀରେ  ଚୌହାନ ରାଜାଙ୍କର ଦ୍ୱାରା ଏହା ପୁନଃ ନିର୍ମାଣ  କରାଯାଇଥିବାର ମଧ୍ୟ କୁହାଯାଏ । ହୀରାକୁଦ  ବନ୍ଧ ନିର୍ମାଣ ପରେ ଜଳଭଣ୍ଡାରରେ ଏହି  ପଦ୍ମାସିନୀ ମନ୍ଦିର ବୁଡ଼ି ଯିବା ପରେ ସେଠାରୁ  ମାଁଙ୍କ ବିଗ୍ରହକୁ ଆଣି ଏବର ଭିକମପାଲି  ପଞ୍ଚାୟତର ପୂଝାରୀପାଲି ଠାରେ ନୂତନ ମନ୍ଦିନ  ନିର୍ମାଣ ପୂର୍ବକ ଦେବୀଙ୍କୁ ସ୍ଥାପନ କରାଯାଇ  ପୂଜା ପାଇ ଆସୁଛନ୍ତି ।ଖାଲି ସେତିକି ନୁହେଁ  ଐତିହାସିକ ପ୍ରବୀର କୁମାର ପଟ୍ଟନାୟକଙ୍କ  ଦ୍ୱାରା ପ୍ରସ୍ତୁତ ଗବେଷଣାତ୍ମକ ତଥ୍ୟ ଅନୁଯାୟୀ  ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଜଳସମାଧି  ନେଇଥିବା ଅବିଭକ୍ତ ସମ୍ବଲପୁର ଜିଲ୍ଲାର  ଭିକମପାଲି ପାଖ ପଦମପୁର ହେଉଛି ବୌଦ୍ଧ  ଗୁରୁ ତଥା ଦ୍ୱିତୀୟ ବୁଦ୍ଧ ଭାବେ ଖ୍ୟାତ ଗୁରୁ  ପଦ୍ମସମ୍ଭବଙ୍କ ଜନ୍ମସ୍ଥଳୀ । 

ଖ୍ରୀଷ୍ଟାବ୍ଦ ୭୧୭ ଅବା  ୭୨୨ରେ ଅବିଭକ୍ତ ସମ୍ବଲପୁରର ବର୍ତ୍ତମାନର  ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ପଦମପୁର ଗାଁରେ  ଜନ୍ମ ନେଇଥିଲ ପଦ୍ମସମ୍ଭବ । ଏହି ଗ୍ରାମଟି ସେ  ସମୟରେ ଏକ ଛୋଟ ସହର ଅବା ନଗର ଥିଲା ।  କେବଳ ସେତିକି ନୁହେଁ ବିଶିଷ୍ଟି ସଂସ୍କୃତ ପଣ୍ଡିତ  ନାଟ୍ୟକାର ଭବଭୂତିଙ୍କ ମଧ୍ୟ ଜନ୍ମ ସ୍ଥାନ ଥିଲା  ପଦମପୁର । ଭବଭୂତି ତାଙ୍କ ଲିଖିତ ସଂସ୍କୃତି  ଗ୍ରନ୍ଥ ମହାବୀରଚରିତମ୍‌, ଉତ୍ତର ରାମଚରିତମ  ଓ ମାଳତୀ ମାଧବମରେ ଜନ୍ମସ୍ଥାନ ସଂପର୍କରେ  ବିଶଦ ବିବରଣୀ ପ୍ରଦାନ ପୂର୍ବକ ଏହାକୁ  ମହାନଦୀ କୂଳର ପଦମପୁର ଅବା ପଦ୍ମାବତୀ  ନଗର ଭାବେ ଉଲ୍ଲେଖ କରିଛନ୍ତି । ସମ୍ବଳ ରାଜା  ଇନ୍ଦ୍ରଭୂତି ପଦ୍ମସମ୍ଭବଙ୍କ ନାମରେ ଏହି ନଗରର  ନାମକରଣ କରିଥିବାର ସେ କହନ୍ତି । ଏବେ ଗୁରୁ  ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ ଲାଗି ସ୍ଥାନୀୟ  ଅଞ୍ଚଳବାସୀ ଅଣ୍ଟା ଭିଡ଼ିବା ପରେ ପଦମପୁରକୁ  କେନ୍ଦ୍ର କରି ଅଧିକ ଗବେଷଣା ଆରମ୍ଭ ହେବା  ସହ ଗବେଷକ ମାନେ ଅଧିକ ମନୋନିବେଶ  କରିବାକୁ ଲାଗିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.