ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା : ଦୁଇ ଗୁରୁତରଙ୍କୁ ମେଡିକାଲରେ ପହଞ୍ଚାଇଲେ ଏସଡିପିଓ

Published By : Suraj Kumar | June 24, 2025 6:51 PM

ବେଗୁନିଆପଡା,୨୪।୬ : ଆସିକା- ଭୁବନେଶ୍ୱର ମୁଖ୍ୟ ରାସ୍ତାର ହାତତୋଟା ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ରାସ୍ତାରୁ ଉଦ୍ଧାର କରି ପୁରୁଷୋତ୍ତମପୁର ଏସ୍ଡ଼ିପିଓ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ  ଦୁଇ ଗୁରୁତରଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। 

ମଙ୍ଗଳବାର ମଧ୍ୟାହ୍ନରେ ଭାଟକୁମୁରଡ଼ା ଗ୍ରାମର ସନ୍ୟାସୀ ଭୂୟାଁ ନିଜ ମୋଟର ସାଇକେଲ ଧରି ଗୁଡ଼ିଆଳି ଗ୍ରାମରୁ ଭୋଜିଖାଇ ଫେରୁଥିଲେ। ଏହି ସମୟରେ  ତାରାତାରିଣୀ ରାସ୍ତା ଦେଇ ବିପରୀତ ପଟୁ ପୁସ୍ତପୁର ଗ୍ରାମର ଶତ୍ରୁଜିତ ଘୋଷ ନିଜ ଗ୍ରାମକୁ ମୋଟର ସାଇକେଲ ଯୋଗେ ଫେରୁଥିଲେ। ଭାରସାମ୍ୟ ହରାଇ ଦୁଇ ମୋଟର ସାଇକେଲ ମଧ୍ୟରେ  ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ଦୀପକ ମିଶ୍ର ଏହି ରାସ୍ତାଦେଇ ଯାଉଥିଲେ। ଗୁରୁତର ୨ ଜଣଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ । ପରେ ଉଭୟଙ୍କୁ  ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.