ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମୁଖ୍ୟମନ୍ତ୍ରୀଙ୍କ ଆସିକା ଗସ୍ତ ପୂର୍ବରୁ ୨୫ରୁ ଉର୍ଦ୍ଧ୍ଵ ବିଜେଡି କର୍ମୀ ଅଟକ

Published By : Rasmita Pradhan | June 23, 2025 1:26 PM

ଆସିକା, ୨୩/୦୬ : ମୁଖ୍ୟମନ୍ତ୍ରୀଙ୍କ ଆସିକା ଗସ୍ତ ପୂର୍ବରୁ ୨୫ରୁ ଉର୍ଦ୍ଧ୍ଵ ବିଜେଡି କର୍ମୀ ଅଟକ। ବିରୋଧୀ ଦଳ ପକ୍ଷରୁ ପ୍ରତିବାଦ କରାଯିବା ସୂଚନା ପାଇ ୨୫ଜଣ ବିଜେଡି କର୍ମୀଙ୍କୁ ପୁଲିସ ଅଟକ ରଖିଛି। ଆସିକା କଳିଙ୍ଗ ରୋଡ ସ୍ଥିତ ବିଜେଡି କାର୍ଯ୍ୟାଳୟରୁ ଏମାନଙ୍କୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି। ଆସିକା ଥାନାରେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତ ସ୍ଵାଇଁଙ୍କ ସମେତ ଅନ୍ୟ ବିଜେଡି କର୍ମୀ ଓ ନିର୍ବାଚିତ ନେତା ଅଟକ ଅଛନ୍ତି। 

ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟ ପଡିଆରେ 'ଯୁବ ଶକ୍ତି ସମାବେଶ ' ଆୟୋଜିତ ହୋଇଛି। ଏହି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଛନ୍ତି। ଜିଲ୍ଲାର ବିଭିନ୍ନ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ସମାବେଶରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ବିଧାୟକ ସରୋଜ ପାଢ଼ୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ସମେତ ଜିଲ୍ଲାର ସମସ୍ତ ବିଧାୟକ ଉପସ୍ଥିତ ରହିଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.