ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆଈଙ୍କ ଶୁଦ୍ଧିକ୍ରିୟାକୁ ଆସିଥିଲେ, ନଦୀରେ ବୁଡ଼ିଗଲେ ୬ ବର୍ଷର ଶିଶୁକନ୍ୟା

Published By : Ankita S | June 18, 2025 3:16 PM

ସାନଖେମୁଣ୍ଡି,୧୮/୬: ବିଧିର ବିଧାନ କେତେ ଅଜବ ସତରେ । ନିଷ୍ଠୁତ ନିୟତି କଣ ଯେ କେତେବେଳେ ଦେଖାଏ ତାହା କାହାକୁ ବା ଜଣା ।ଆଈଙ୍କ ଶୁଦ୍ଧିକ୍ରିୟା ଭୋଜିକୁ ଆସିଥିଲେ।  ନଦୀରେ ଗାଧୋଇବା ବେଳେ ଘଟିଲା ଅଘଟଣ । ନଦୀରେ ବୁଡ଼ି ଆଖି ବୁଜିଛନ୍ତି ୬ ବର୍ଷର ଶିଶୁକନ୍ୟା । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଜୟନଗର ଗାଁ ପାଖ ଘୋଡ଼ାହାଡ଼ ନଦୀରେ ଆଜି ମଧ୍ୟାହ୍ନରେ ଏହି ଅଘଟଣ ଘଟିଛି ।  

ତିନି ଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଜଣେ ଭଉଣୀ ବୁଡିଯିବାର ଦେଖି ଅନ୍ୟ ଭଉଣୀମାନେ ଉଦ୍ଧାର କରିବାକୁ ଯାଇ ସେମାନେ ମଧ୍ୟ ଭାସି ଯାଇଥିଲେ । ଏଥିରେ ସୋରଡ଼ା ବ୍ଲକ୍ ସିଦ୍ଧପୁର ଅଞ୍ଚଳର ସୁଧାକର ଅଧିକାରୀଙ୍କ ଏକମାତ୍ର ଝିଅ ସୌମ୍ୟାରାଣୀଙ୍କ ମୃତ୍ୟୁ ଘଟିଛି । ଅନ୍ୟ ୨ ଭଉଣୀଙ୍କୁ ଗାଁ ଲୋକେ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ସୌମ୍ୟାଙ୍କ ମାଆ ଓ ଦୁଇ ସମ୍ପର୍କୀୟ ଭଉଣୀଙ୍କ ସହିତ ଗାଁ ପାଖ ଘୋଡାହାଡ଼ ନଦୀକୁ ଗାଧୋଇବାକୁ ଯାଇଥିବା । ନଦୀ ଗଣ୍ଡରେ ବୁଡି ଯାଇଥିଲେ ସୌମ୍ୟା । ଖବରପାଇ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଥିବା ବେଳେ ନିକଟସ୍ଥ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠି ଡାକ୍ତର ସୌମ୍ୟାଙ୍କୁ ମୃତ ଘୋଷଣା କରିଛନ୍ତି । 

ପାଟପୁର ଥାନା ପୁଲିସ ଡାକ୍ତରଖାନାରେ ତଦନ୍ତ କରୁଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶବ ପଠାଯିବ । ମୃତଦେହ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯିବ । ସୌମ୍ୟାଙ୍କ ବାପା କୋରାପୁଟରେ ପୁଲିସ ଚାକିରି କରିଥିବା ବେଳେ ଏକମାତ୍ର ଝିଅର ମୃତ୍ୟୁ ଖବର ଶୁଣି ଗାଁରେ ପହଞ୍ଚିଛନ୍ତି । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.