ଧର୍ମଶାଳା, ୨୦/୬ : ଧର୍ମଶାଳା ଥାନା କୁମାରୀ ଅଞ୍ଚଳରେ ଅଜଣା ବ୍ୟାଗକୁ ନେଇ ଭୟ ସୃଷ୍ଟି କରିଥିବା ଘଟଣାର ପୁଲିସ ପର୍ଦ୍ଦାଫାଶ କରିଛି । ଉଦ୍ଧାର ଦୁଇଟି ବ୍ୟାଗରୁ ଗଞ୍ଜେଇ ମିଳିଥିବା ପୁଲିସ ସୂଚନା ଦେଇଛି । ପାଖାପାଖି ୨ଟି ପ୍ୟାକେଟରେ ୯କେଜି ଓଜନର ଗଞ୍ଜେଇ ଥିବା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଗଣମାଧ୍ୟମକୁ କହିଛନ୍ତି।
ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି କୋର୍ଟରେ ଜବତ ଗଞ୍ଜେଇ ଦାଖଲ କରିବ ବୋଲି ଜଣାପଡ଼ିଛି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏହି ଦୁଇଟି ବ୍ୟାଗକୁ ସେଠାରେ ରଖି ଦେଇ ଫେରାର ହୋଇଯାଇଥିଲା ତାକୁ ନେଇ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । କେହି ଜଣେ ମହିଳା ଗୁରୁବାର ଦିନ ୧୨ଟା ପାଖାପାଖି ସମୟରେ ହଠାତ୍ ଦୁଇଟି ବ୍ୟାଗ କୁମାରୀ ଗ୍ରାମର ଜଣଙ୍କ ଘର ପାର୍ଶ୍ଵରେ ରଖି ଦେଇ ଚାଲି ଯାଇଥିବା ସ୍ଥାନୀୟ ମହିଳାମାନେ ଦେଖିଛନ୍ତି ବୋଲି କହିଥିଲେ।
ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ରାତି ୧୨ଟା ପର୍ଯ୍ୟନ୍ତ ଲୁଚି ରହି କିଏ ଏହି ବ୍ୟାଗ ନେବାକୁ ଆସୁଛି ବୋଲି ଅନୁଧ୍ୟାନ କରିଥିଲା । କେହି ନ ଆସିବାରୁ ଥାନାକୁ ଆଣିଥିଲେ। ବ୍ୟାଗରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଏହାର ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।