ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଭିତରକନିକା ଜାତୀୟ ଉଦ୍ୟାନରେ ୯୫ଟି କୁମ୍ଭୀର ବସା ଚିହ୍ନଟ, କନିକା ରେଞ୍ଜରେ ସର୍ବାଧିକ ବସା

Published By : Prameya | June 22, 2025 10:13 AM

ରାଜନଗର,୨୨/୦୬: ରାଜନଗର ବନଖଣ୍ଡ ପକ୍ଷରୁ କୁମ୍ଭୀର ବସା ଗଣନା ଜାରି ରହିଛି  ାରାଜନଗର ବନଖଣ୍ଡର କନିକା ବନାଞ୍ଚଳ(ରେଂଜ୍‌)ରେ ମୋଟ  ୯୫ଟି କୁମ୍ଭୀର ବସା ଚିହ୍ନଟ  ହୋଇଛି । କନିକା ରେଞ୍ଜରେ ମୁଖ୍ୟତଃ ଭିତରକନିକା ଫରେଷ୍ଟ ବ୍ଲକ୍‌, ରଗଡ଼ାପାଟିଆ ଫରେଷ୍ଟ  ବ୍ଲକ୍‌, ଚିନ୍ତାମଣି ମହାନ୍ତି ଯୋର  ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକ୍‌ରେ  ସର୍ବାଧିକ ବସା ଚିହ୍ନଟ ହେବାରେ  ଲାଗିଛି । 

ସୂଚନାଯୋଗ୍ୟ, ଏପ୍ରିଲ  ମାସରୁ ମା’ କୁମ୍ଭୀରଙ୍କ ମିଳନ ପ୍ରକ୍ରିୟା  ଆରମ୍ଭ ହୋଇଥାଏ । ମା’ କୁମ୍ଭୀର  ନଦୀଠାରୁ କିଛି ଦୂରରେ ହେନ୍ତାଳ, କେଉଟି, ନାଳିଆ ପତ୍ରକୁ ଗଦା କରି  ତା’ ମଧ୍ୟରେ ଅଣ୍ଡା ଦେଇ ପୁନର୍ବାର  ପତ୍ର ଘୋଡ଼ାଇ ଦେଇଥାଏ । ତାକୁ  ମାଉଟ କୁହାଯାଏ । ମା’ କୁମ୍ଭୀର ଏହି  ସମୟରେ ନିଜ ଅଣ୍ଡାକୁ ସୁରକ୍ଷା ଦେବା  ପାଇଁ ତା’ ନିକଟରେ ଜଗି ରହିଥାଏ ।  ସାଧାରଣତଃ ଗୋଧି, ବିଭିନ୍ନ ପ୍ରଜାତିର  ସାପ, ବାର୍‌ହା ଆଦି କୁମ୍ଭୀର ଅଣ୍ଡାକୁ  ଖାଇ ଯାଇଥାନ୍ତି । ପ୍ରଜନନ ଋତୁରେ  ସାଧାରଣତଃ କୁମ୍ଭୀରମାନେ ଅଧିକ  ହିଂସ୍ର ହୋଇ ଉଠିଥାନ୍ତି । ସେଥିପାଇଁ  ମେ ପହିଲାରୁ ଜୁଲାଇ ୩୧ ଯାଏ  ପର୍ଯ୍ୟଟକମାନଙ୍କୁ ଭିତରକନିକାକୁ  ଆସିବା ପାଇଁ ବାରଣ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.