ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କଚୁଆଡି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରି ଅଟକ

Published By : Harapriya Sethi | June 19, 2025 11:45 AM

ଚନ୍ଦନେଶ୍ଵର, ୧୯/୦୬: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ କଚୁଆଡି ଗ୍ରାମପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଫିସ ଭିତରେ ଭର୍ତ୍ତି କରି ତାଲା ପକାଇ ଧରଣାରେ ବସିଲେ ଗ୍ରାମବାସୀ। 

ସୂଚନା ମୁତାବକ, କଚୁଆଡି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମାଝୀ ୧୦ ମାସ ହେବ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ କାର୍ଯ୍ୟରେ ଯୋଗ ଦେବାଠାରୁ ପଞ୍ଚାୟତ ଅଫିସ ନଆସିବା, କାର୍ଯ୍ୟରେ ଅବହେଳା କରିବା, ବାର୍ଦ୍ଧକ୍ୟ ଭତ୍ତା ଦେବାରେ ବିଳମ୍ବ କରିବା, ପଞ୍ଚାୟତରେ କୌଣସି ଉନ୍ନତିମୂଳକ କାର୍ଯ୍ୟର ତଦାରଖ ନକରିବା, ପ୍ରଧାନମନ୍ତ୍ରୀ ଆବାସ ଆସିଥିବା ହିତାଧିକାରୀଙ୍କ ବିଲ୍ ନକରିବା, ଲୋକଙ୍କ କଲ୍‌ କିସିଭ ନକରିବାରୁ ଅତିଷ୍ଠ ଲୋତେ ଅତିଷ୍ଠ ହୋଇପଡ଼ିଥିଲେ ଲୋକେ। ଶେଷରେ ଗୁରୁବାର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମାଝୀ ପଞ୍ଚାୟତକୁ ଆସିବା ପରେ ଅଫିସ୍ ଭିତରେ ତାଲା ପକାଇ ଅଟକ ରଖିବା ସହିତ ଧାରଣା ଦେଇଛନ୍ତି । ଯେ ପର୍ଯ୍ୟନ୍ତ ବିଡିଓ ଆସି ତାଙ୍କୁ ବଦଳିର ପ୍ରତିଶ୍ରୁତି ଦେଇନାହାନ୍ତି ସେତେବେଳ ଯାଏଁ ଛାଡ଼ିବେ ନାହିଁ କି ଧାରଣାରୁ ଉଠିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.