ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବର ଅଶ୍ୱସ୍ତ ଗଛର ନିଆରା ବିବାହ ଉତ୍ସବ

Published By : Gurupada Nath | June 21, 2025 9:10 PM

ନୀଳଗିରି,୨୧/୬ : ଗାଁରେ ଚାଲିଛି ମନ୍ତ୍ରପାଠ ଓ ହୋମଯଜ୍ଞ ।  ହରିବୋଲ, ହୁଳହୁଳି ଓ ଶଙ୍ଖ ଧ୍ବନିରେ ଗାଁରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ମନ୍ତ୍ରତନ୍ତ୍ରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବର କନ୍ୟା। ବରକନ୍ୟା ବେଶରେ ସଜେଇ ହୋଇଛି ଗ୍ରାମରେ ଥିବା ବର ଓ ଅଶ୍ୱସ୍ତ ଗଛ । ପରମ୍ପରା, ବିଶ୍ବାସ ଓ ପରିବେଶ ସନ୍ତୁଳନ ସାଙ୍ଗକୁ ରୀତିନୀତିରେ ବାହାଘର ହୋଇଛନ୍ତି ଏହି ଦୁଇ ଗଛ । ଏଭଳି ନିଆରା ପରମ୍ପରା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ  ଗାଙ୍ଗପୁରା ଗାଁରେ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, ଗାଙ୍ଗପୁରା ଗାଁର ପରମାନନ୍ଦ ମହାଳିକ ଓ ତାଙ୍କ ସ୍ତ୍ରୀ ପାଞ୍ଚାଳୀ ଗ୍ରାମରେ ବର ଓ ଅଶ୍ୱସ୍ତ ଗଛ ଲଗାଇଥିଲେ । ଆଜି ଏହି ଗଛ ଦୁଇଟି ବଡ଼ ହୋଇଥିବାବେଳେ ପରମ୍ପରା ଅନୁସାରେ ସେମାନଙ୍କ ବାହାଘର ନେଇ ମାନସିକ କରିଥିଲେ। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ବାହାଘର ସମ୍ପନ୍ନ ଆଜି ହୋଇଛି । ହୋମଯଜ୍ଞରେ ପୂଜା ପାଠ ହୋଇ ଏହି ନୀତି ପୂଜା ସମାପନ କରିଛନ୍ତି ପୂଜକ । ପରେ ଗ୍ରାମବାସୀଙ୍କ ପାଇଁ ବିବାହ ଭୋଜି ଆୟୋଜନ କରାଯାଇଥିବାବେଳେ ଗ୍ରାମବାସୀ ଏହି ଉତ୍ସବରେ ଯୋଗଦେଇ ଆଶିଷ ନେବା ସହ ଭୋଜି ଖାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.