ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ

Published By : Prameya | June 17, 2025 9:12 AM

ଚନ୍ଦନେଶ୍ୱର,୧୭/୦୬: ପ୍ରତିକୂଳ ପାଗ ପାଇଁ  ୧୭ରୁ ୧୯ତାରିଖ ୩ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ  କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ  ମତ୍ସ୍ୟବିଭାଗ ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା  କଥା ଚନ୍ଦନେଶ୍ୱର ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ  ସମ୍ପ୍ରସାରଣ) ଅନନ୍ତ କୁମାର ଜେନା ଏହି ସୂଚନା  ଦେଇଛନ୍ତି । 


ବିବରଣୀରୁ ପ୍ରକାଶ, ୨ମାସର କଟକଣା  ହଟିବାର ୨ଦିନ ନବିତୁଣୁ ପୁଣି ସମୁଦ୍ରରୁ ମାଛ ଧରାକୁ  ନେଇ ବାରଣ । ଭାରତୀୟ ପାଣିପାଗ ବିଭାଗର ସୂଚନା  ଏବଂ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ୍ରମେ  ସମସ୍ତ ଡଙ୍ଗା ମାଲିକ, ମତ୍ସ୍ୟଜୀବୀ କମିଟିର କର୍ମକର୍ତ୍ତାଙ୍କୁ  ଏହି ସୂଚନା ଦିଆଯାଇଛି। ଏହି ଅବସରରେ ସୋମବାର  ଭୋଗରାଇର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦୟପୁର,  ତାଳସାରୀ, ରଣସିଂହପୁର ଓ କୀର୍ତ୍ତନିଆରେ ଡାକବାଜି  ଯନ୍ତ୍ର ସାହାର୍ଯ୍ୟରେ ଏହି ସତର୍କ ସୂଚନା ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.