ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶର ସ୍କ୍ବାଡ୍: ଟିମ୍‌କୁ ଫେରିଲେ ଲିଟନ, ନେତୃତ୍ୱ ନେବେ ମିରାଜ

Published By : Prameya | June 24, 2025 12:33 PM

ଢାକା,୨୪/୦୬: ଘରୋଇ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ଅଭିଜ୍ଞ ୱିକେଟ୍‌ କିପର ବ୍ୟାଟର ଲିଟନ ଦାସଙ୍କ ସମେତ ମହମ୍ମଦ ନଇମ୍‌, ସମିମ ହୋସେନ, ତନଭୀର  ଇସଲାମ୍‌ ଓ ହାସାନ ମାହମୁଦ ଦଳକୁ ପ୍ରତ୍ୟାବର୍ତ୍ତନ  କରିଛନ୍ତି । ଅନ୍ୟ ପଟରେ ଆହତ ଥିବା ଅଭିଜ୍ଞ ବ୍ୟାଟର ସୌମ୍ୟ ସରକାର ବାଦ୍‌ ପଡ଼ିଛନ୍ତି । ଅଲ୍‌ରାଉଣ୍ଡର ମେହଦି ହାସାନ ମିରାଜ ଦଳର ନେତୃତ୍ୱ ନେବେ । 

ଶ୍ରୀଲଙ୍କା ଓ  ବାଂଲାଦେଶ ମଧ୍ୟରେ ୩ଟି ଦିନିକିଆ ଖେଳାଯିବ । ଆଗାମୀ  ଜୁଲାଇ ୨ ତାରିଖ କଲମ୍ବୋରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ  ହେବ । ଏହି ଗ୍ରାଉଣ୍ଡରେ ୫ତାରିଖ ଦ୍ୱିତୀୟ ଏବଂ ୮ ତାରିଖରେ ପାଲେକେଲରେ ତୃତୀୟ ଦିନିକିଆ ଖେଳାଯିବ ।  

ସୂଚନାଯୋଗ୍ୟ, ବାଂଲାଦେଶ ଟେଷ୍ଟ ଦଳ ଏବେ ଶ୍ରୀଲଙ୍କା  ଗସ୍ତରେ ଅଛି । ପ୍ରଥମ ଟେଷ୍ଟ ଡ୍ର’ ହୋଇଛି । ଆସନ୍ତା ୨୫  ତାରିଖରୁ ଉଭୟ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । 




ଦିନିକିଆ ଦଳ: ମେହଦି ହାସାନ ମିରାଜ (ଅଧିନାୟକ),  ତଞ୍ଜିଦ ହାସାନ, ପରଭେଜ ହୋସେନ ଇମୋନ, ମହମ୍ମଦ  ନଇମ୍‌, ନଜମୁଲ ହୋସେନ ସାଣ୍ଟୋ, ତୌହିଦ ହୃଦୟ, ଲିଟନ  ଦାସ, ଜାକର ଅଲି, ସମିମ୍‌ ହୋସେନ, ରିଷଦ ହୋସେନ,  ତନଭୀର ଇସ୍‌ଲାମ, ମୁସ୍ତାଫିଜୁର ରେହମାନ, ତଞ୍ଜିମ  ହାସାନ, ଟସ୍କିନ ଅହମ୍ମଦ, ନାହିଦ ରାଣା, ହାସାନ ମାହମୁଦ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.