ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଘରୋଇ କଳହର କରୁଣ ପରିଣତି, ସ୍ତ୍ରୀ ଓ ଦୁଇ ଛୁଆକୁ ହାଣି ଜୀବନ ହାରିଲା ସ୍ଵାମୀ

Published By : Rasmita Pradhan | June 17, 2025 10:58 AM

ଚନ୍ଦନେଶ୍ଵର,୧୭/୬ : ଘରୋଇ କଳହର କରୁଣ ପରିଣତି। ଦୁଇ ପିଲା ଓ ସ୍ତ୍ରୀକୁ ହାଣି ଜୀବନ ହାରିଲା ସ୍ଵାମୀ। ବାଲେଶ୍ୱର ଜିଲ୍ଲା ଭୋଗରାଇ ଦହମୁଣ୍ଡା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଦହମୁଣ୍ଡା ଗାଁର ପ୍ରଶାନ୍ତ ଜେନା। ମଙ୍ଗଳବାର ସକାଳେ ସୁବର୍ଣ୍ଣରେଖା ନଦୀ ଦହମୁଣ୍ଡା ନିକଟରୁ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଦହମୁଣ୍ଡା ଗାଁର ପ୍ରଶାନ୍ତ ଜେନା ପାରିବାରିକ କଳହ ଯୋଗୁଁ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହାଣି ଫେରାର ହୋଇଯାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଧାଇଁ ଆସି ସେମାନଙ୍କୁ ରକ୍ତ ଜୁଡୁବୁବୁ ଅବସ୍ଥାରେ ପ୍ରଥମେ କମର୍ଦ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲକୁ ନେଇଥିଲେ। ଏବେ ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏନେଇ ପ୍ରଶାନ୍ତଙ୍କ ଶ୍ଵଶୁର ନାରାୟଣ ନାୟକ ତାଙ୍କ ନାମରେ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମର୍ଦ୍ଦା ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ସକାଳେ ସୁବର୍ଣ୍ଣରେଖା ନଦୀ ଦହମୁଣ୍ଡା ନିକଟକୁ ପ୍ରଶାନ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.