ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପାରାଦୀପ ନେହେରୁ ବଙ୍ଗଳା ପଥର ବନ୍ଧ ନିକଟରୁ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର

Published By : Swapna Ray | June 23, 2025 12:42 PM

ପାରାଦୀପ,୨୩।୬: ନେହେରୁ ବଙ୍ଗଳା ପଥର ବନ୍ଧ ନିକଟରୁ ମତ୍ସଜୀବୀଙ୍କ ମୃତଦେହ ଉଦ୍ଧାର ହୋଇଛି । ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ସୂଚନାନୁସାରେ, ବୃନ୍ଦାବନ କଲୋନୀର ମତ୍ସଜୀବୀ ମିଥୁନ ବେହେରା ରବିବାର ସନ୍ଧ୍ୟାରେ ମାଛ ଧରିବା ପାଇଁ ନେହେରୁ ବଙ୍ଗଳା ପଥର ବନ୍ଧ ନିକଟକୁ ଯାଇଥିଲେ । ବର୍ଷା ଘଡ଼ଘଡ଼ି ମାରୁଥିବାରୁ ସ୍ତ୍ରୀ ସବିତା ବେହେରା ତାଙ୍କୁ ନ ଯିବା ଲାଗି ବାରଣ କରିଥିଲେ । ସ୍ତ୍ରୀ ବାରଣ କରିବା ସତ୍ତ୍ୱେ ମିଥୁନ ରାତିରେ ନେହେରୁ ବଙ୍ଗଳା ପଥର ବନ୍ଧ ନିକଟକୁ ଆସି ବନିସି ପକାଇ ମାଛ ଧରିଥିଲେ । ବିଳମ୍ବିତ ରାତିରେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତ ମିଥୁନଙ୍କର ଗୋଟେ ପୁଅ ଓ ଦୁଇ ଝିଅ ଥିବା ଜଣାପଡ଼ିଛି । 

ସୋମବାର ସକାଳୁ ପଥର ବନ୍ଧ ନିକଟରେ ଏକ ସାଇକଲ ଥୁଆ ହୋଇଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ସେଠାକୁ ଯାଇ ଦେଖିବା ବେଳକୁ ବେଳକୁ ପଥର ସନ୍ଧିରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଲେ । ପରେ ସଙ୍ଗେ ସଙ୍ଗେ ପୁଲିସକୁ ଏନେଇ ଖବର ଦେଇଥିଲେ । ଘଟଣାସ୍ଥଳରେ ପାରାଦୀପ ସାମୁଦ୍ରିକ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.