ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

୧୧୬ ବର୍ଷ ପରେ ମହିଳାଙ୍କୁ ଗୁରୁଦାୟିତ୍ବ, ବ୍ଲେଜ୍‌ ମେଟ୍ରେୱେଲି ହେଲେ ବ୍ରିଟେନର ଗୁଇନ୍ଦା ମୁଖ୍ୟ

Published By : Prameya | June 17, 2025 2:27 PM

ଲଣ୍ଡନ,୧୭/୦୬: ବ୍ଲେଜ୍‌ ମେଟ୍ରେୱେଲି(୪୭) ପ୍ରଥମ ମହିଳା ଭାବେ ବ୍ରିଟେନ ଇଣ୍ଟେଲିଜେନ୍ସ ସର୍ଭିସ୍‌ ଏମ୍‌ଆଇ ୬ ମୁଖ୍ୟ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଏର  ଷ୍ଟାର୍ମର ତାଙ୍କ ନିଯୁକ୍ତି ବାବଦରେ ଘୋଷଣା କରିଛନ୍ତି ।  ୧୯୦୯ରେ ବ୍ରିଟେନ ପ୍ରତିଷ୍ଠା ହେବା ପରଠାରୁ ଦେଶର ୧୧୬ ବର୍ଷ ଇତିହାସରେ ପ୍ରଥମ କରି ଜଣେ ମହିଳା ଏହି  ଗୁରୁଦାୟିତ୍ୱ ତୁଲାଇବେ । 

ଚଳିତ ବର୍ଷ ଡିସେମ୍ବରରେ  ସେ ଆର୍‌ ରିଚାର୍ଡ ମୁର୍‌ଙ୍କ ସ୍ଥାନ ନେବେ । ପ୍ରଧାନମନ୍ତ୍ରୀ  ଷ୍ଟାର୍ମର ଏହି ନିଯୁକ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏମ୍‌ଆଇ୬ର ମୁଖ୍ୟଙ୍କୁ ସାଧାରଣତଃ ‘ସି’ କୁହାଯାଏ ।  ୧୯୯୯ରେ ମେଟ୍ରେୱେଲି ଏମ୍‌ଆଇ୬ରେ ସାମିଲ  ହୋଇଥିଲେ । ଏବେ ସେ ‘କ୍ୟୁ’ ଭାବେ ଟେକ୍ନେଲୋଜି  ଏବଂ ଇନୋଭେସନ ବିଭାଗର ନିର୍ଦ୍ଦେଶକ ରହିଛନ୍ତି । ଏହା ପୂର୍ବରୁ ସେ ବ୍ରିଟେନର ଆଭ୍ୟନ୍ତରୀଣ ସିକ୍ୟୁରିଟି  ଏଜେନ୍ସି ଏମ୍‌ଆଇ୫ରେ ନିର୍ଦ୍ଦେଶକ ସ୍ତରରେ କାମ  କରିଛନ୍ତି । ଗୁଇନ୍ଦା ସଂସ୍ଥାର ମୁଖ୍ୟଙ୍କ ନାଁ ହିଁ କେବଳ  ସର୍ବସାଧାରଣରେ ପ୍ରକାଶ କରାଯାଇଥାଏ । ଏମ୍‌ଆଇ୬  ମୁଖ୍ୟ ବିଦେଶ ସଚିବଙ୍କୁ ରିପୋର୍ଟ କରିଥାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.