ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଟ୍ରକ୍‌କୁ ଧକ୍କା ଦେଲା କାର୍, କାର ଚାଳକ ଗୁରୁତର

Published By : Rasmita Pradhan | June 17, 2025 11:33 AM

ଘସିପୁରା/ବେଲବାହାଳୀ, ୧୭/୬ : କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ହସନପୁର ନିକଟରେ ଦୁର୍ଘଟଣା। ଟ୍ରକ୍‌କୁ ଧକ୍କା ଦେଲା କାର୍। ଦୁର୍ଘଟଣାରେ କାର ଚାଳକ ଗୁରୁତର। ଆନନ୍ଦପୁର ମେଡିକାଲରେ ଭର୍ତ୍ତି। 

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଜଗନ୍ନାଥ ପ୍ରଧାନ ଏକ ମେଡିକାଲ କ୍ୟାମ୍ପ ପାଇଁ କେନ୍ଦୁଝରରୁ କୁଆଖିଆ ଯାଉଥିଲେ। ୨୦ନଂ ଜାତୀୟ ରାଜପଥ ହସନପୁର ନିକଟରେ ତାଙ୍କ କାର୍ ଏକ ଟ୍ରକ୍ ପଛପଟେ ଧକ୍କା ହୋଇଥିଲା। ଫଳରେ କାର୍‌ଟି ଚୁର୍‌ମାର୍ ହୋଇଯାଇଥିଲା। କାର୍ ଚାଳକ ଜଗନ୍ନାଥ ପ୍ରଧାନ ଗୁରୁତର ହୋଇଥିଲେ। ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଉଭୟ ଗାଡିକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.