ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଚାନ୍ଦବାଲି ବ୍ଲକରେ ଅଘଟଣ, ଇନଚାର୍ଜ ବିଡିଓଙ୍କ ନାଁରେ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ଦେଲେ ଏତଲା

Published By : Gurupada Nath | June 19, 2025 5:49 PM

ଚାନ୍ଦବାଲି ୧୯/୬ : ଚାନ୍ଦବାଲି ବ୍ଲକରେ ଆଜି ବଡ଼ ଧରଣର ଅଘଟଣ ଘଟିଛି l ବ୍ଲକ ପରିସରରେ ୫ ଲକ୍ଷ ଟଙ୍କାର ଘୋଟାଲା ପଦାରେ ପଡ଼ିଛି l ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କୌଣସି ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନ ଜଣାଇ ଇନଚାର୍ଜ ବିଡିଓ ଯିଏକି ଚାନ୍ଦବାଲି ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କ ନାଁରେ ଚାନ୍ଦବାଲି ଥାନାରେ ଏତଲା ଦିଆଯାଇଛି l ତଥ୍ୟ ଅନୁସାରେ ଚାନ୍ଦବାଲି ବିଡିଓ ଅଢେଇ ମାସ ଛୁଟିରେ ଯାଇଛନ୍ତି l ତାଙ୍କ ସ୍ଥାନରେ ତହସିଲଦାର ଭବତୋଷ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି l ତେବେ ଶାସକ ଦଳ କଥାରେ ପଡ଼ି ଏହି ଭାରପ୍ରାପ୍ତ ବିଡିଓ ନିର୍ବାଚିତ ବିଜେଡି ଜନ ପ୍ରତିନିଧିଙ୍କୁ ଖାତିର କରୁନାହାନ୍ତି l 

ବ୍ଲକର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କୁ ନ ପଚାରି ଶାସକ ଦଳର ଜଣେ କର୍ମୀଙ୍କ କଥାରେ ପଡ଼ି ବ୍ଲକ ପରିସରରେ ୩୦ଟି କ୍ୟାମେରା ଲଗାଇଛନ୍ତି l ଏହାକୁ ବିରୋଧ କରି ଆଜି ଦିନ ତମାମ ନିର୍ବାଚିତ ଜନ ପ୍ରତିନିଧିମାନେ ଏକଜୁଟ ହୋଇ ଲଗାଯାଇଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗିଛନ୍ତି ସିସିଟିଭି କ୍ୟାମେରାର ହାର୍ଡଡିସ୍କ ବିଜେପିର କାଉଁସିଲରଙ୍କ ଘରେ ରଖାଯାଇଛି l ଯାହାକି ବିଜେଡି ସରପଞ୍ଚ ସିମିତି ସଭ୍ୟ ଅଧ୍ୟକ୍ଷା, ଉପାଧ୍ୟକ୍ଷ ବ୍ଲକରେ କ’ଣ ହେଉଛି ତାହା ଦେଖିବା ଲାଗି l ଏହି ଘଟଣାକୁ ନେଇ ଚାନ୍ଦବାଲି ରାଜନୀତି ଚଳଚଞ୍ଚଳ ହେବା ସହ ଉତ୍ତେଜନା ପ୍ରବଳ ହୋଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.