ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗୀର ଗସ୍ତକୁ ନେଇ କଂଗ୍ରେସ ଯୁବନେତା ଅଟକ

Published By : Suraj Kumar | June 16, 2025 10:31 PM

ଶଗଡ଼ଘାଟ, ୧୬/୬(ଆପ୍ର)  ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି l  ଏହାକୁ ଟିଟିଲାଗଡ଼ ଯୁବ କଂଗ୍ରେସ ବିରୋଧ କରିବା ପାଇଁ ପ୍ରସ୍ତୁତି  କରୁଛି।  ଏନେଇ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁରଜ ବେହେରା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ପରେ  ଦିନତମାମ ପୁଲିସ ତାଙ୍କ ଗତିଵିଧି ଉପରେ ତୀକ୍ଷ୍ଣ ନଜର ରଖିଥିଲା l 

ଶ୍ରୀ ବେହେରା  ଟିଟିଲାଗଡ଼ ସ୍ୱାଧୀନ ପଡା ସ୍ଥିତ ବାସଭବନରୁ ଜିଲା କଂଗ୍ରେସ ଉପସଭାପତି କ୍ଷୀରସାଗର ବର୍ମାଙ୍କ ସହ ବାହାରି ସ୍ଥାନୀୟ ଗୋପବନ୍ଧୁ ପାର୍କ ନିକଟରେ ବଲାଙ୍ଗୀର ଯିବା ପାଇଁ ପ୍ରସ୍ତୁତି କରୁଥିଲେ। ଏହି  ସମୟରେ ଟିଟିଲାଗଡ଼ ଥାନା ଆଇଆଇସି କଲ୍ୟାଣୀ ବେହେରାଙ୍କ ନେତୃତ୍ବରେ ପୋଲିସ ବଳ ପହଞ୍ଚି ଉଠାଇ ନେଇଛନ୍ତି l ଏହାକୁ ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମୁକେଶ ଜୈନ ନିନ୍ଦା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.