ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ, ପୁଲିସ ସହ ଧସ୍ତାଧସ୍ତି

Published By : Rasmita Pradhan | June 18, 2025 2:28 PM

ଭୁବନେଶ୍ୱର ୧୮/୦୬ : ରାଜ୍ୟରେ ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଏବଂ ହରିଚନ୍ଦନପୁରରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଯାହାକୁ ନେଇ କଂଗ୍ରେସ ପାର୍ଟି, ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ନେତୃତ୍ବରେ ପ୍ରଦର୍ଶନ କରିଛି । ରାଜ୍ୟରେ ନାରୀ ଅସୁରକ୍ଷିତ ବୋଲି କହି କଂଗ୍ରେସର ନେତା ଓ କର୍ମୀମାନେ ନାରାବାଜି କରିଛନ୍ତି ।

ଲୋୟର ପିଏମଜିରୁ କଂଗ୍ରେସର ଏହି ପ୍ରତିବାଦ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ପ୍ରଭାରୀ ଅଜୟ କୁମାର ଲଲ୍ଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଉପନେତା ଅଶୋକ ଦାସ, ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି, ବିଧାୟିକା ସୋଫିଆ ଫିର୍ଦୋଷ, ପୂର୍ବତନ ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି, ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ, ରାମଚଦ୍ର ଖୁଣ୍ଟିଆ, ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ପୂର୍ବତନ ସଭାପତି ୟାଶିର ନୱାଜ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବାସଭାବନ ଘେରାଉ ବେଳେ ପୁଲିସ ସହ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବହୁ କଂଗ୍ରେସ ନେତାଙ୍କୁ ପୁଲିସ୍ ଉଠାଇ ନେଇ ପରେ ମାଷ୍ଟରକ୍ୟାଣ୍ଟିନ ଛକରେ ଛାଡି ଦେଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.