ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦେଓଗାଁରେ କଂଗ୍ରେସର ସମ୍ବିଧାନ ବଞ୍ଚାଓ ସମାବେଶ

Published By : Rasmita Pradhan | June 23, 2025 1:47 PM

ବଲାଙ୍ଗିର, ୨୩/୦୬ : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ସ୍ଥିତ ଡୁମେରପିଟା ପଞ୍ଚାୟତ ଠାରେ ସମ୍ବିଧାନ ବଞ୍ଚାଓ ସମାବେଶ। ବ୍ଲକ ସଭାପତି ରାମଜୀ ଚୌଧୁରୀଙ୍କ ନେତୃତ୍ୱରେ ତଥା ପିସିସି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ରାଉତ ଓ ପୂର୍ବତନ ବିଧାୟକ ନିମାଇଁ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସମାବେଶ ଆରମ୍ଭରେ ସମ୍ବିଧାନ ପ୍ରଣେତା ସଭାରେ ସଦସ୍ୟ ଥିବା ବଲାଙ୍ଗିରର ବରପୁତ୍ର ସ୍ୱର୍ଗତ ଯୁଧିଷ୍ଟିର ମିଶ୍ରଙ୍କ ସ୍ମୃତିଚାରଣ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବଶିଷ୍ଠ ନେତା ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଦେଶର ଜନତାଙ୍କ ଅଧିକାରକୁ କଂଗ୍ରେସ ସର୍ବାଗ୍ରେ ଗୁରୁତ୍ୱ ଦେଇଥାଏ। ଲୋକଙ୍କ ଅଧିକାର ସେତେବେଳେ ସୁରକ୍ଷିତ ରହିବ ଯେତେବେଳେ ଦେଶର ସମ୍ବିଧାନ ସୁରକ୍ଷିତ ରହିବ। ସେଥିପାଇଁ ଆଜି ଆମେ ସମ୍ବିଧାନ ବଞ୍ଚାଓ ଅଭିଯାନରେ ଏକାଠି ହୋଇଛୁ । ଏହି ଅଭିଯାନ ପ୍ରତ୍ୟେକ ଲୋକଙ୍କ ପାଖକୁ ପହଞ୍ଚିବ। ଏହି ସଭାରେ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର, କାର୍ଯ୍ୟକାରୀ ସଭାପତି ସନ୍ତକ ବହିଦାର, ଅଙ୍କିତ ସାହୁ, ପପୁ ପାତ୍ର, ଶ୍ରୀଧର ବାରିକ, ସୂର୍ଯ୍ୟକାନ୍ତି ଛତ୍ରିଆ, ଚିନ୍ମୟ ବେହେରା, ସଂକିର୍ତ୍ତନ ବାଗ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧି ମନୋଭାବର କଠୋର ସମାଲୋଚନା କରିଥିଲେ। ଏତଦ୍ ବ୍ୟତୀତ ଜିଲ୍ଲା କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ର, ମନବୋଧ ହରପାଲ, ପଙ୍କଜିନି ଛତ୍ରିଆ, ରାମ ମିଶ୍ର, ସଂଯୁକ୍ତା ସେଠ, ଚନ୍ଦ୍ରମା ଧରୁଆ ଅସୀତ ମିଶ୍ର, ନାସିର ଖାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.