ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି, ନାରୀ ନିର୍ଯାତନା ପ୍ରସଙ୍ଗରେ ଦେବ ରିପୋର୍ଟ

Published By : Rasmita Pradhan | June 24, 2025 2:11 PM

ଭୁବନେଶ୍ଵର, ୨୪/୦୬: ନାରୀ ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି। ଏନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଦିପା ଦାସମୁନସୀ ଏନେଇ କହିଛନ୍ତି, ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି ଗଞ୍ଜାମର ଗୋପାଳପୁର, କନ୍ଧମାଳର ଟିକାବାଲି, କେନ୍ଦୁଝରର ହରିଚନ୍ଦନପୁର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏହି କମିଟି ରାଷ୍ଟ୍ରପତିଙ୍କୁ ଭେଟି ନାରୀ ନିର୍ଯାତନା ପ୍ରସଙ୍ଗରେ ରିପୋର୍ଟ ଦେବ। ଏହା ସହ କମିଟି ଜାତୀୟ ମାନବାଧିକାର କମିଶନ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ବି ରିପୋର୍ଟ ଦେବ। ରାଷ୍ଟ୍ରପତି ଓଡ଼ିଶାର ଏବଂ ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ଭେଟି ଜଣାଇବୁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ପୀଡ଼ିତାଙ୍କ ଦୁଃଖ କହିବାକୁ ଚାହିଁଥିଲୁ, ହେଲେ ସେ ସମୟ ଦେଲେନି ବୋଲି ଦିପା ଦାସମୁନସୀ କହିଛନ୍ତି । 

ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନା ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ରାଜ୍ୟରେ ନାରୀ ହିଂସା ବଢୁଛି । ଦୁଷ୍କର୍ମ, ଗଣଦୁଷ୍କର୍ମ, ମହିଳା ଏବଂ ଶିଶୁ ନିଖୋଜ ସଂଖ୍ୟା ବଢିଛି। ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଛି । ପୀଡ଼ିତା ଏବଂ ପରିବାର ଲୋକଙ୍କ ଦୁଃଖ ଶୁଣିଲା । ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି। ବର୍ଷେ ହେଲାଣି, ମହିଳା କମିଶନ ଗଢ଼ା ହେଉନି। ମହିଳାମାନେ ଦୁଃଖ କେଉଁଠି କହିବେ। ଲୋକମାନେ ବହୁ ଆଶା ରଖି ଭୋଟ୍ ଦେଇଥିଲେ। ହେଲେ ଏ ସରକାର ତାଙ୍କୁ ନିରାଶ କରିଛି। ମୁଖ୍ୟମନ୍ତ୍ରୀ ସମୟ ଦେଲେନି, କଲ୍ ରିସିଭ୍ କଲେନି କି ଚିଠିର ଉତ୍ତର ଦେଉନାହାନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯିବନି କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ ବସିବନି। ଶେଷ ନିର୍ଯାସ ପର୍ଯ୍ୟନ୍ତ ଲଢ଼ିବ। 

ସାଂସଦ ରଞ୍ଜିତ ରଞ୍ଜନ କହିଛନ୍ତି ଯେ, ଏଠି ପ୍ରତି ୫ କିଲୋମିଟରରେ ଜଣେ ଶିଶୁ ନିର୍ଯାତିତ। ମହିଳା ଅସୁରକ୍ଷିତ। ହେଲେ ପ୍ରଶାସନ ଚୁପ୍ ହୋଇ ବସିଛି। ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ। ସେ ଓଡିଶାରୁ ଯାଇଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବୁ। ମହିଳା କମିଶନ ଗଢ଼ା ହେଉନଥିବା କଥା କହିବୁ। ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ। ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଝା କହିଛନ୍ତି ଯେ, ଓଡ଼ିଶାରେ ମହିଳା ଅସୁରକ୍ଷିତ। ବିଶେଷ କରି ଆଦିବାସୀ ମହିଳା ଓ ଶିଶୁ ଅଧିକ ନିର୍ଯାତିତ। ସରକାର ଏହି ପ୍ରସଙ୍ଗରେ ଯେମିତି ପଦକ୍ଷେପ ନେବା କଥା, ନେଉ ନାହାନ୍ତି। ଆମେ ମହିଳା ନିର୍ଯାତନା ନେଇ ଯାହା ଶୁଣି ଆସିଥିଲୁ ତାହା ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଚାହିଁଥିଲୁ। ହେଲେ ସେ ସମୟ ଦେଲେନି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.