ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କଣ୍ଟାବାଞ୍ଜିରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲି

Published By : Bijay Swain | June 20, 2025 11:06 PM

କଣ୍ଟାବାଞ୍ଜି,୨୦/୬(ଆପ୍ର): ଶୁକ୍ରବାର ସନ୍ଧ୍ୟା ସମୟରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳ କଂଗ୍ରେସ ପକ୍ଷରୁ ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ଵରେ ସମ୍ବିଧାନ ବଞ୍ଚାଅ ରାଲି ଆୟୋଜିତ ହୋଇଥିଲା। 

ଏଥିରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଥାନିୟ କଂଗ୍ରେସ ଅଫିସରୁ ସହର ମୂଖ୍ୟ ରାସ୍ତା ଦେଇ ଏକ ରାଲି ବାହାରିଥିଲ। ପରେ ଇନ୍ଦିରା ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହେଇଥିଲା। ପ୍ରତିବାଦ ସଭାରେ ବିଜେପିକୁ ନିନ୍ଦା କରିଥିଲା କଂଗ୍ରେସ । 

ଜାତି ଭିତ୍ତିକ ଗଣନା ସହ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନଥିବା ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥଲା। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ୧୧ ବର୍ଷ ଏବଂ ରାଜ୍ୟ ସରକାର ୧ ବର୍ଷ ପୂରଣ ଉତ୍ସବ ପାଳନ କରୁଥିବା ବେଳେ ଶାସନରେ ବିଫଳ ବୋଲି କଂଗ୍ରେସ ନେତା ନିଜ ମନ୍ତବ୍ୟ ରଖିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.