ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମହାପ୍ରଭୁଙ୍କ ଚକା ବିଜେ ନୀତି, ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ ମହୌଷଧି

Published By : Rasmita Pradhan | June 21, 2025 9:59 AM

ପୁରୀ,୨୧/୬ : ଶୁକ୍ରବାର ଅଣସର ପିଣ୍ଡିରେ ଠାକୁରଙ୍କୁ ଚକା ଉପରେ ସ୍ଥାପନ କରାଯାଇଛି। ଅନବସର ସେବାପୂଜାର ଦଶମୀ ତିଥିରେ ବଡ଼ଦେଉଳରେ ଦାରୁବ୍ରହ୍ମ ଜାଗ୍ରତ ଅବସ୍ଥାକୁ ଫେରିଛନ୍ତି । ତିନିଟି ଚକା ଆସନକୁ ଦାରୁବିଗ୍ରହ ବିଜେ ହୋଇଛନ୍ତି । ଦଇତାପତି ଗୋଷ୍ଠୀଗତ ଭାବେ ଏହି ସେବା କରିଛନ୍ତି । ଗୁପ୍ତସେବା ଅବସରରେ ଶ୍ରୀବିଗ୍ରହଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହୋଇଛି । ଏଥିସହ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୌଷଧି ଶ୍ରୀମନ୍ଦିରରେ ପହଞ୍ଚିଛି। ମହୌଷଧି ସେବନ ପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । 

ଗୁପ୍ତ ସେବା ପରମ୍ପରା ଅନୁସାରେ ରାଜବୈଦ ୧୦ ପ୍ରକାର ଚେରମୂଳି ସଂଗ୍ରହ କରି ଏହି ମହୌଷଧୀ ପ୍ରସ୍ତୁତ କରିଥିଲେ । ଦିଅଁମାନେ ଜ୍ୱରରେ ପଡ଼ିଲା ପରଠାରୁ ମହୌଷଧି ପ୍ରସ୍ତୁତି ଆରମ୍ଭ ହେଲା । ଚେରମୂଳିକୁ ଧୋଇ ଶୁଖାଇ ଗୁଣ୍ଡକରିବା ପରେ ଦୁଗ୍ଧ, ଖୁଆ, ଘିଅ, ସର, ମସଲା, ମହୁ, ଓ କର୍ପୂର ଆଦି ମିଶାଇ ପାଗ ହୁଏ । ପରେ ଏହାକୁ ଗୁଳାକରି ବଢ଼ାରେ ବାଢ଼ି ଶ୍ରୀମନ୍ଦିର ପହଞ୍ଚାଯାଇଥିଲା । ପୂର୍ବ ରାତିରୁ ଶ୍ରୀମନ୍ଦିରରେ ଠାକୁରଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇ ନଥିଲା । ଚକାବିଜେ ନୀତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ଠାକୁରମାନଙ୍କ ମଙ୍ଗଳାଳତି ବଢିବା ପରେ ଅବକାଶ, ଗୋପାଳବଲ୍ଲଭ, ସକାଳ ଧୂପ, ଭୋଗମଣ୍ଡପ ନୀତି ହୋଇ ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ ଓ ଦକ୍ଷିଣୀ ଘର ଭୋଗ ଶେଷ ହୋଇଥିଲା । ଏହାପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିଥିଲା । ୩ଟି ଚକଡାକୁ ଆଣି ଅଣସର ପିଣ୍ଡିରେ ସ୍ଥାପନ କରାଗଲା । ଦଇତାପତି ସେବକମାନେ ଗୋଷ୍ଠୀଗତ ସେବା ଜରିଆରେ ଠାକୁରମାନଙ୍କୁ ଚକା ଉପରେ ବିଜେ କରାଇଥିଲେ । ପରେ ଚକଟା ଓ ପଣା ଭୋଗ ଅର୍ପଣ କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.