ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ, ଆନ୍ଦୋଳନ କରିବ ଢେଙ୍କାନାଳ ଯୁବ ଓ ଛାତ୍ର ବିଜେଡି

Published By : Rasmita Pradhan | June 24, 2025 1:39 PM

ଢେଙ୍କାନାଳ,୨୪/୬ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବ ଢେଙ୍କାନାଳ ଜିଲ୍ଲା ଯୁବ ଓ ଛାତ୍ର ବିଜେଡି। ଏହି ଆନ୍ଦୋଳନ ନେଇ ବିଜେଡି ଜିଲ୍ଲା ଯୁବ ସଭାପତି ଧର୍ମାନନ୍ଦ ପରିଡ଼ା ମଙ୍ଗଳବାର ସୂଚନା ଦେଇଛନ୍ତି।

ବିଜେଡି ଅଭିଯୋଗ କରିଛି ଯେ, ରାଜ୍ୟରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଯୁବତୀମାନଙ୍କ ଉପରେ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଘଟଣା ବଢ଼ି ଚାଲିଛି। ଗୋପାଳପୁର ପର୍ଯ୍ୟଟନ ସ୍ଥଳୀରେ ଜଣେ କଲେଜ ଛାତ୍ରୀଙ୍କୁ ତାଙ୍କ ପୁରୁଷ ବନ୍ଧୁ ସାମ୍ନାରେ ଯେଉଁଭଳି ଗଣଦୁଷ୍କର୍ମ କରାଗଲା ତାହା ନିନ୍ଦନୀୟ। ଏଥିସହ ଢେଙ୍କାନାଳ ଜିଲ୍ଲାରେ ଚୋରି, ଲୁଟ୍, ଗୁଣ୍ଡାଗର୍ଦ୍ଦି ମଧ୍ୟ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ହଇଜା ଉଦବେଗଜନକ ପରିସ୍ଥିତି ସୃଷ୍ଟି କଲାଣି। ଏସବୁକୁ ନେଇ ଢେଙ୍କାନାଳ, ପରଜଙ୍ଗ, କାମାକ୍ଷାନଗର, ହିନ୍ଦୋଳ ଏହି ୪ଟି ବିଧାନସଭା ନିର୍ବାଚନ ମଣ୍ଡଳିରେ ବିଜେଡି ଛାତ୍ର ସଙ୍ଗଠନ ଆନ୍ଦୋଳନ କରିବ। ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ, କଳାବ୍ୟାଜ ପରିଧାନ, ପିକେଟିଂ, କୁଶପୁତ୍ତଳିକା ଦାହ କରାଯିବ ବୋଲି ଜିଲ୍ଲା ଯୁବ ସଭାପତି କହିଛନ୍ତି। ବିଜେଡି ସାମ୍ବାଦିକ ସମ୍ମିଳନୀରେ ମହିଳା ଜିଲ୍ଲା ସଭାନେତ୍ରୀ ସାଗରିକା ମିଶ୍ର, ରାଜ୍ୟ ବିଜୁ ଯୁବ ଜନତା ଦଳର ସତ୍ୟଜିତ୍ ପଟ୍ଟନାୟକ, ପୌର ଉପାଧ୍ୟାକ୍ଷ ପ୍ରକାଶ କୁଅଁର, ଟାଉନ ଯୁବ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କ ସମେତ ଅନ୍ୟ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତି ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.