ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଯାଜପୁର ଓ ଭଦ୍ରକରେ ବ୍ୟାପିଛି ହଇଜା, ୪୧ ଝାଡ଼ା ନମୁନାରୁ ୮ଟି କଲେରା ପଜିଟିଭ୍‌ ଚିହ୍ନଟ

Published By : Prameya | June 14, 2025 9:16 AM

ଭୁବନେଶ୍ୱର,୧୪/୦୬:  ଯାଜପୁର ଓ ଭଦ୍ରକ ଜିଲ୍ଲାରେ ହଇଜା ବ୍ୟାପିଛି । ଏହା କହିଛନ୍ତି ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ଶୁକ୍ରବାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ମିଶ୍ର  କହିଥିଲେ, ଦୁଇ ଜିଲ୍ଲାର ଯେଉଁସବୁ ସ୍ଥାନରେ ହଇଜା ବ୍ୟାପିଛି ସେଠାରେ  ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ  ଅଛନ୍ତି । ଆକ୍ରାନ୍ତଙ୍କ ଠାରୁ ସଂଗ୍ରହ  କରାଯାଇଥିବା ୪୧ଟି ଝାଡ଼ା ନମୁନା ମଧ୍ୟରୁ ୮ଟିରେ କଲେଜା ପଜିଟିଭ୍‌  (ଭିବ୍ରିଓ କଲେରା) ଚିହ୍ନଟ ହୋଇଛି ।  ସଂପୃକ୍ତ ଅଞ୍ଚଳରେ ୧୦ ଦିନ ମଧ୍ୟରେ  ବିଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ  ନିର୍ଦ୍ଦେଶ ଦିଆଯାଇଛି । 

ଉଲ୍ଲେଖଯୋଗ୍ୟ,କେବଳ ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାୟ ୧ ହଜାରରୁ  ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ  ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏବେବି ଚିକିତ୍ସାଧୀନ  ଅଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ  ଅନୁସାରେ ଜିଲ୍ଲାରେ ଝାଡ଼ାବାନ୍ତିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪୫ ଜଣ ଚିକିତ୍ସାଧୀନ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.