ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମଣ୍ଡିରୁ ଉଠୁନି ଧାନ; ସିଏସଓଙ୍କ ଦ୍ୱାରସ୍ଥ ହେଲେ ଚାଷୀ

Published By : Bijay Swain | June 19, 2025 6:40 PM

ସୋନପୁର,୧୯l୬(ଆପ୍ର): ସୋନପୁର ବ୍ଲକ ଲଛିପୁର ପ୍ୟାକ୍ସ ଅଧୀନରେ ବାଲପୁର ଗ୍ରାମରେ ଏକ ଧାନ କ୍ରୟ ସମ୍ପ୍ରସାରଣ କେନ୍ଦ୍ର ରହିଛି I ଏହି ଧାନ କ୍ରୟ କେନ୍ଦ୍ରରେ ବାଲପୁର ଗ୍ରାମର ଚାଷୀମାନେ ଧାନ ବିକ୍ରୟ କରିଥାନ୍ତି I ତେବେ ଧାନ କ୍ରୟ ସଂସ୍ଥା ଟାର୍ଗେଟ ସରିଥିବା ଏବଂ ନୁଆ ଟାର୍ଗେଟ ଆସିନଥିବା କହି ଧାନ କ୍ରୟ କରୁନାହିଁ I ଏହା ଫଳରେ ବାଲପୁର ଗ୍ରାମର ଚାଷୀମାନେ ଏହି ଧାନ କ୍ରୟ କେନ୍ଦ୍ରକୁ ଧାନ ବିକିବା ପାଇଁ ଆଣିଛନ୍ତି I 

୧୫ ଦିନରୁ ଅଧିକ ହେଲାଣି ନୂତନ ଟାର୍ଗେଟ ଆସିନଥିବାରୁ ସେମାନେ ଧାନ ବିକ୍ରି କରି ପାରୁନାହାନ୍ତି I ଉକ୍ତ ଧାନ କ୍ରୟ କେନ୍ଦ୍ରରେ କୌଣସି ଛାଉଣିର ବ୍ୟବସ୍ଥା ନାହିଁ I ଫଳରେ ଗତ କିଛି ଦିନ ହେଲା ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଭିଜି ଗଜା ହୋଉଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି I 

ଉକ୍ତ ଧାନ କ୍ରୟ କେନ୍ଦ୍ରରୁ ଚାଷୀଙ୍କ ଧାନ ଶୀଘ୍ର ଉଠାଇବା ଦାବିରେ ଗୁରୁବାର ଚାଷୀମାନେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରଜ ରଞ୍ଜନ ଦାସଙ୍କୁ ଭେଟି ନିବେଦନ କରିଛନ୍ତି I ନୁଆ ଟାର୍ଗେଟ ଆସିବା ନେଇ ପ୍ରସ୍ତୁତି ଚାଲିଛି ଦିନେ ଦୁଇ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି I ଶଙ୍କର ପ୍ରସାଦ ସାଙ୍କ ନେତୃତ୍ୱରେ ବାଲପୁର ଗ୍ରାମର ଶତାଧିକ ଚାଷୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଭେଟିଥିଲେ l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.