ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତି ପାଇବେ ଏନ୍‌ଏସ୍‌ଆଇ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ସମ୍ମାନ…

Published By : Ladu Kishor | June 23, 2025 7:02 PM

ଭୁବନେଶ୍ୱର ୨୩/୦୬: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ପ୍ରଥମ ଡିନ୍‌ ପ୍ରଫେସର (ଡାକ୍ତର) ସୁରେଶ୍ୱର ମହାନ୍ତିଙ୍କୁ ନ୍ୟୁରୋଲଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ ପକ୍ଷରୁ ୨୦୨୫ ନିମନ୍ତେ ଲାଇଫ ଟାଇମ୍‌ ଆଚିଭମେଣ୍ଟ ସମ୍ମାନରେ ସମ୍ମାନିତ କରିବା ନିମନ୍ତେ ମନୋନୀତ କରାଯାଇଛି । 

ଜଣେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷାବିତ ପ୍ରଫେସର (ଡାକ୍ତର) ମହାନ୍ତି ଦେଶ ଏବଂ ବିଦେଶର ସମ୍ମାନଜନକ ଡାକ୍ତରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ପ୍ରତିଷ୍ଠାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । 

କଟକ ସ୍ଥିତ ଏସ୍‌ସିବି ମେଡିକାଲ୍‌ କଲେଜରୁ ଏମ୍‌ବିବିଏସ୍‌ ଉପାଧି ଲାଭ କରିବା ପରେ ପ୍ରଫେସର (ଡାକ୍ତର) ମହାନ୍ତି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (ଏମ୍ସ),ନୂଆଦିଲ୍ଲୀରୁ ନ୍ୟୁରୋସର୍ଜରୀରେ ଏମ୍‌ସିଏଚ୍‌ ଶିକ୍ଷା ଗ୍ରହଣ କରିଥିଲେ । ପ୍ରଫେସର ମହାନ୍ତି ବନାରସ ହିନ୍ଦୁ ୟୁନିଭର୍ସିଟି (ବିଏଚ୍‌ୟୁ) ଅନ୍ତର୍ଗତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ସମ୍ପୃକ୍ତ ଅନୁଷ୍ଠାନର ନିର୍ଦ୍ଦେଶକର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ବିଏଚ୍‌ୟୁରୁ ଅବସର ଗ୍ରହଣ କରିବା ପରେ ସେ ଓଡ଼ିଶା ପ୍ରତ୍ୟାବର୍ତନ କରି ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ପ୍ରତିଷ୍ଠା ନିମନ୍ତେ ସହଯୋଗ କରିଥିଲେ ଏବଂ ତାଙ୍କୁ ଏହାର ପ୍ରତିଷ୍ଠାତା ଡିନ୍‌ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିଲା ।

ଅତ୍ୟାଧୁନିକ ସ୍ନାୟୁଶଲ୍ୟ ସମ୍ବନ୍ଧୀୟ ଜ୍ଞାନ ଓ କାର୍ଯ୍ୟଧାରା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଥିବା ବେଳେ ତାଙ୍କ ଦ୍ୱାରା ପ୍ରାୟ ୧୫୦ଟି ବୈଜ୍ଞାନିକ ସନ୍ଦର୍ଭ ବିଭିନ୍ନ ଜାତୀୟ ଏବଂ ଆନ୍ତର୍ଜାତିକ ଜର୍ନାଲ୍‌ରେ ପ୍ରକାଶିତ ହୋଇଛି । ତାଙ୍କୁ ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର୍‌), ମେଡିକାଲ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ଏମସିଆଇ), ନ୍ୟୁରୋଲଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ଆଇ) ଏବଂ ନ୍ୟାସ୍‌ନାଲ୍‌ ଏକାଡେମୀ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ (ନାମ୍‌ସ ) ପକ୍ଷରୁ ମଧ୍ୟ ବିଭିନ୍ନ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । 

ସେ ବିଶ୍ୱର ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ଯେପରିକି ଇନ୍‌ଷ୍ଟିୁଚ୍ୟଟ୍‌ ଅଫ୍‌ ନ୍ୟୁରୋସର୍ଜରୀ , ଲଣ୍ଡନ୍‌, ଦ ବୁଡେଙ୍କୋ ଇନ୍‌ଷ୍ଟିଚ୍ୟୁଟ୍‌, ମସ୍କୋ, ଦ କ୍ଲେଭଲାଣ୍ଡ କ୍ଲିନିକ୍‌, ୟୁଏସ୍‌ଏ ଏବଂ ଅନ୍ୟ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି । ତାଙ୍କୁ ସ୍ନାୟୁଶଲ୍ୟ ଏବଂ ସ୍ନାୟୁ ବିଜ୍ଞାନ କ୍ଷେତ୍ରରେ ଗବେଷଣା ନିମନ୍ତେ ଭାରତର ସବୁଠାରୁ ସମ୍ମାନଜନକ ଡାକ୍ତରୀ ସମ୍ମାନ ଡାକ୍ତର ବି.ସି. ରାୟ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି । ସେ ଉତରପ୍ରଦେଶ ନ୍ୟୁରୋ ସାଇନ୍‌ସେସ୍‌ ସୋସାଇଟି ଏବଂ ନ୍ୟୁରୋଟ୍ରମା ସୋସାଇଟି ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.