ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସ୍ବାସ୍ଥ୍ୟକର୍ମୀଙ୍କ ଜରୁରୀକାଳୀନ ବୈଠକ

Published By : Gurupada Nath | June 17, 2025 6:03 PM

କେନ୍ଦୁଝର ସଦର,୧୭/୬ : କେନ୍ଦୁଝର ଜିଲ୍ଲାର ପୁରୁଷ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀମାନଙ୍କ ଏକ ଜରୁରୀକାଳୀନ ବୈଠକ କେନ୍ଦୁଝର ମ୍ୟୁନିସିପାଲଟି ପାର୍କଠାରେ ଅନୁଷ୍ଠିତ ହୋଇଛି । ଏଥିରେ କେନ୍ଦୁଝର ଜିଲ୍ଲାର ପୁରୁଷ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ପଦନ୍ନତୀ (ପ୍ରମୋସନ)କୁ ଅହେତୁକ ବିଳମ୍ବ କରାଯାଉଥିବାରୁ ଉଦବେଗ ପ୍ରକାଶ ପାଇଛି। ସରକାରଙ୍କ ଦ୍ଵାରା ୩୧/୧/୨୦୨୫ ରିଖ ସୁଦ୍ଧା ପ୍ରମୋସନ ଦେବା ଲାଗି ଆଦେଶ ଥିବା ସତ୍ତ୍ବେ ଜାଣି ଶୁଣି କେନ୍ଦୁଝର ଜିଲ୍ଲାରେ ପଦନ୍ନତୀ(ପ୍ରମୋସନ) ଦିଆଯାଉନଥିବାରୁ ୫/୭ମହିଳା ସ୍ବାସ୍ଥ୍ୟକର୍ମୀ ଅବସର ଗ୍ରହଣ କରିସାରିଛନ୍ତି ଏବଂ ୩୦/୦୬/୨୦୨୫ରେ ଆଉ ୫/୭ଜଣ ମହିଳା ସ୍ବାସ୍ଥ୍ୟକର୍ମୀ ଅବସର ଗ୍ରହଣ କରିବେ ।

୨୦/୨୫ ଜିଲ୍ଲାରେ ପ୍ରମୋସନ ଦିଆ ସରିଥିବାବେଳେ କେନ୍ଦୁଝର ଜିଲ୍ଲାରେ ଜାଣି ଶୁଣି ଅହେତୁକ ବିଳମ୍ବ କରାଯାଉଥିବାରୁ ଏହାର ସମାଧାନ ଲାଗି ଜିଲ୍ଲାପାଳ ମହୋଦୟ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଗୁହାରୀ ଜଣାଇବା ସହ ସ୍ବାସ୍ଥ୍ୟ କର୍ମୀମାନେ ଦରଖାସ୍ତ ଦେଇଛନ୍ତି । ଯଦି ଆଗାମୀ ୭ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ ତେବେ ସମୂହ ଧାରଣାରେ ବସିବେ ବୋଲି ସଂଘର ସଭାପତି ସୋମନାଥ ସାହୁ, ସମ୍ପାଦିକା କୁନ୍ତଳା ମହାନ୍ତ, ସାଧାରଣ ସମ୍ପାଦକ ରାଜେନ୍ଦ୍ର ନାରାୟଣ ଦାସ, ଉପ ସଭାପତି ସରସ୍ଵତୀ ସାହୁ, ମିଡ଼ିଆ ସଂଯୋଜକ ଲକ୍ଷ୍ମଣ କୁମାର ମହାନ୍ତ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.