ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କାଙ୍କେର ଜିଲ୍ଲାରେ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ

Published By : Rasmita Pradhan | June 20, 2025 2:29 PM

ମାଲକାନଗିରି, ୨୦/୬ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର। ମାଓବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ। ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀ ନିହତ। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ। ସର୍ଚ୍ଚ ଅପରେସନ ଜାରି। 

ଦେଶରୁ ନକ୍ସଲବାଦ ମୂଳପୋଛ ପାଇଁ ମାଓଗଡ଼ରେ ଜୋରସୋର୍‌ରେ ଅପରେସନ ଚାଲିଛି। ଛତିଶଗଡ଼ କାଙ୍କେର ଜିଲ୍ଲାର ଅମାଟୋଲା ଓ କଲପାର ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଛୋଟ ବେଥିୟା କୋଟ୍ରି ଥାନାର ଡିଆରଜି ଓ ବିଏସଏଫ ଯବାନ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ। ସୁରକ୍ଷାବାହିନୀ ଏହାର ପାଲଟା ଜବାବ ଦେଇଥିଲେ। ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଛନ୍ତି।  ୟୁନିଫର୍ମ ପିନ୍ଧା ମହିଳା ମାଓବାଦୀଙ୍କ ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ଥାନୀୟ ଅଞ୍ଚଳରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.