ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆର୍ଥିକ ସଚେତନତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ

Published By : Harapriya Sethi | June 15, 2025 1:51 PM

ମନମୁଣ୍ଡା,୧୫/୦୬: ବୌଦ୍ଧ ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ପକ୍ଷରୁ ଆର୍ଥିକ ସଚେତନତା ଓ ଅନ୍ତର୍ଭୁକ୍ତିକରଣ କାର୍ଯ୍ୟକ୍ରମ ମନମୁଣ୍ଡା ଇନ୍ଦିରା ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଏନ୍ଏସଏସଆଇ ସମ୍ପାଦକ ସୁକାନ୍ତ ତ୍ରିପାଠୀଙ୍କ ଅତିଥି ପରିଚୟ ପ୍ରଦାନ ପରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁଶ୍ରୀ ଧରିତ୍ରୀ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ଏଲଡିଏମ ଡନ ବାସ୍କୋଟି ଡିଜିଟାଲ କାରବାର, ସାଇବର ଅପରାଧ ଓ ଚିଟଫଣ୍ଡରେ ଟଙ୍କା ବିନିଯୋଗ କରିବାର ଅପକାରିତା ସମ୍ପର୍କରେ ବୁଝାଇଥିଲେ । ମନମୁଣ୍ଡା ଉପ ଡାକଘରର ପୋଷ୍ଟ ମାଷ୍ଟର ଅରୁଣ କୁମାର ସାହୁ ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ଯଥା - ସୁକନ୍ୟା ଯୋଜନା, ଡାକ ଜୀବନ ବୀମା ଯୋଜନା ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ମନମୁଣ୍ଡା ଏସବିଆଇ ଶାଖା ପରିଚାଳକ ବାଳଗୋପଳ ନାୟକ ଅଟଳ ପେନସନ କମ୍‌ ପ୍ରିମିୟମରେ ସରକାରୀ ବୀମା ଇତ୍ୟାଦି ଉପରେ ବୁଝାଇଥିଲେ । ଜିଲ୍ଲା ଏନ୍ଏସଏସଏଏଆଇ ସଭାପତି ଧରିତ୍ରୀ ମେହେର ଓ ସମ୍ପାଦକ ସୁକାନ୍ତ ତ୍ରିପାଠୀ, ମହିଳା ପ୍ରୋତ୍ସାହନ କ୍ଷେତ୍ରୀୟ ବିକାଶ ଯୋଜନା  ପୋଷ୍ଟାଲ ଏଜେଣ୍ଟ ମାନସୀ ପ୍ରଧାନ, ରମାକାନ୍ତି ଷଡ଼ଙ୍ଗୀ, ନଜବିନ ବେଗମ୍  ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ସେବା ଓ ସଞ୍ଚୟ ଅଧିକାରୀ ସୁଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୭୦ ଜଣ ପୁରୁଷ ଓ ମହିଳା ଯୋଗ ଦେଇଥିଲେ ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.