ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରେଳୱେ ଜମି ଅଧିଗ୍ରହଣ ପରେ ବିନା ନୋଟିସରେ ଘର ଭଙ୍ଗାକୁ ନେଇ ବସ୍ତିବାସିନ୍ଦାଙ୍କ ଅସନ୍ତୋଷ

Published By : Ladu Kishor | June 24, 2025 6:03 PM

ହରଭଙ୍ଗା୨୪/୦୬: ରେଲୱେ ଅଧିଗ୍ରହଣ ଜମିରୁ ଗୃହ ଉଚ୍ଛେଦ ବେଳେ ବିରୋଧ। ସମସ୍ତଙ୍କୁ ନୋଟିସ ନଦେଇ ଖାଲି କରୁଥିବା ନେଇ ଅଭିଯୋଗ ଆଣିଲେ ବସ୍ତି ବାସିନ୍ଦା। ହରଭଙ୍ଗା ବ୍ଲକ ଭଉଁରୀ ପଥର ଗ୍ରାମବାସୀଙ୍କ ଏଭଳି ବିରୋଧ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁଯାଇ, ଘଟଣାସ୍ଥଳକୁ ପରିଦର୍ଶନ କରିଛନ୍ତି ବୌଦ୍ଧ ବିଧାୟକ ଏବଂ ବିଧାନସଭା ଗୃହ କମିଟି। ସୂଚନା ମୁତାବକ, ଖୋର୍ଦ୍ଧା ବଲାଙ୍ଗୀର ରେଲୱେ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଭଉଁରୀ ପଥର ଠାରେ ପୂର୍ବରୁ ରେଲୱେ ବିଭାଗର ଜମି ଅଧିଗ୍ରହଣ ସାରିଥିଲେ ମଧ୍ୟ କିଛି ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ନଜଣାଇ ପ୍ରଶାସନ ବିନା ନୋଟିସରେ ବର୍ଷା ଦିନରେ ହଠାତ ଘର ଭାଙ୍ଗିଥିଲା l ଫଳରେ ବସ୍ତି ବାସିନ୍ଦା ବିରୋଧ କରୁଥିଲେ ମଧ୍ୟ ନିଜ ମନଇଚ୍ଛାରେ ବୌଦ୍ଧ ଉପଜିଲ୍ଲାପାଳ ଓ ରେଲୱେ ଜମି ଅଧିଗ୍ରହଣ ଅଧିକାରୀ କିପରି ଗୃହ ଭାଙ୍ଗିବାକୁ ଅନୁମତି ଦେଲେ, ତାହା ବର୍ତମାନ ସାଧାରଣରେ ସବୁଠାରୁ ବଡ଼ ପ୍ରଶ୍ନ ହୋଇଛି l ଏଭଳି ଅଭିଯୋଗ ଆସିବା ପରେ, ବୌଦ୍ଧ ବିଧାୟକ ଓ ବିଧାନସଭା ଗୃହ କମିଟି ଆଜି ଘଟଣା ସ୍ଥଳରେ ପହଁଚି ଲୋକଙ୍କ ସହ ଆଲୋଚନା କରି ଫେରିଥିବା ବେଳେ ଏହାର ସଠିକ ତଦନ୍ତ କରି ଅଧିକାରୀଙ୍କ ଉପରେ କାର୍ଯ୍ୟନୁଷ୍ଠାନ କରିବାକୁ ଗୃହ କମିଟି ନିର୍ଦେଶ ଦେଇଥିବା ଜଣାପଡ଼ିଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.