ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ହୋଇନଥିବା ସୂଚନା

Published By : Rasmita Pradhan | June 17, 2025 11:51 AM

ଜଗତସିଂହପୁର, ୧୭/୦୬ : ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ହଠାତ୍ ନିଆଁ ଲାଗିବାରୁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି । ଡାକ୍ତରଖାନାର ପୁରୁଣା କୋଠା ତଥା ପୂର୍ବରୁ ଡ୍ରେସିଂ ରୁମ୍ ଭାବେ ବ୍ୟବହାର ହେଉଥିବା ଘରେ ଆକସ୍ମିକ ନିଆଁ ଲାଗିଯାଇଥିଲା। ଉକ୍ତ ଘରେ ବିପୁଳ ପରିମାଣର ବ୍ଲିଚିଂ ମହଜୁଦ ଥିଲା। ମାର୍ବଲ ଟାଇଲ ଗୁଣ୍ଡ ରହିଥିଲା। ସମ୍ଭବତଃ ଗରମରୁ ବ୍ଲିଚିଂରେ ମନକୁ ମନ ନିଆଁ ଧରିଥିବା ସନ୍ଦେହ କରାଯାଉଛି। ଦମକଳ ଗାଡି ପହଞ୍ଚି ଥିଲେ ସୁଦ୍ଧା ମେଡିକାଲ ଫାଣ୍ଡି ପୁଲିସ ଓ ଘରୋଇ ସୁରକ୍ଷା କର୍ମୀ ପାଣି ପକାଇ ଓ ନିଆଁ ପ୍ରତିରୋଧକ ଗ୍ୟାସ୍ ସ୍ପ୍ରେ କରି ସ୍ଥିତିକୁ ଆୟତ୍ତ କରିଛନ୍ତି। 

ଅଗ୍ନିକାଣ୍ଡ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି ତାହା ଜଣାପଡ଼ି ନାହିଁ। ଚାରିଆଡ଼େ ଧୂଆଁ ବ୍ୟାପି ଯିବାରୁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଛି। ତେବେ ବ୍ଲିଚିଂରେ କିଭଳି ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି। ମେଡିକାଲର ପୁରୁଣା କୋଠାରେ ପରିତ୍ୟକ୍ତ ଜିନିଷ ପଡ଼ିରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.