ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କଳା ବ୍ୟାଜ୍ ପିନ୍ଧି ପ୍ରତୀକାତ୍ମକ ଧାରଣାରେ ବନ କର୍ମଚାରୀ, ୩ ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ଅନୁରୋଧ

Published By : Swapna Ray | June 15, 2025 1:34 PM

ଆନନ୍ଦପୁର, ୧୫।୬: ହିନ୍ଦୋଳ ରେଞ୍ଜ ଅଞ୍ଚଳ ମେ ୨୪ ତାରିଖରେ ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନଙ୍କ ହତ୍ୟା ଘଟଣା । ଏ ଘଟଣା ପ୍ରତିବାଦରେ ସରକାର ତୁରନ୍ତ କୌଣସି ପଦକ୍ଷେପ ନେବାକୁ ବନ କର୍ମଚାରୀ ଦାବି ରଖିଥିଲେ । କିନ୍ତୁ, ସରକାର କୌଣସି ପଦକ୍ଷେପ ନ ନେବାରୁ ଆଜିଠୁ ୨୧ ତାରିଖ ଯାଏଁ କଳା ବ୍ୟାଜ୍ ଧାରଣ କରି ବନ କର୍ମଚାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି ।    

୩ ଦଫା ଦାବି ତୁରନ୍ତ ପୂରଣ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରଥମ ଦାବିରେ ମୃତ ବନ କର୍ମଚାରୀଙ୍କୁ କ୍ଷତିପୂରଣ ବାବଦ ୧ କୋଟି ଓ ଫାର୍ଷ୍ଟ ଟ୍ରାକ୍ କୋର୍ଟରେ ତୁରନ୍ତ ଦୋଷୀକୁ ଦଣ୍ଡ ବିଧାନ ପାଇଁ ଦାବି କରିଥିବା ବେଳେ ଦ୍ୱିତୀୟ ଦାବିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କମିଶନ ଗଠନ ଓ ତୃତୀୟ ଦାବିରେ ଜୀବନ ବୀମା ସହିତ ସ୍ୱାସ୍ଥ୍ୟ ବୀମା ପ୍ରଦାନ ଭଳି ସରକାରଙ୍କ ଆଗରେ ତିନୋଟି ଦାବି ରଖିଛନ୍ତି । ଏ ସମସ୍ତ ଦାବି ତୁରନ୍ତ ପୂରଣ ନକଲେ ଆସନ୍ତା ୨୨ ତାରିଖଠାରୁ କାର୍ଯ୍ୟ ଛାଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ବନ କର୍ମଚାରୀ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.