ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଚୋରୀ ମାମଲାରେ ୩ ଗିରଫ ଓ ଚୋରୀ ସାମଗ୍ରୀ କିଣି ଜଣେ ଗିରଫ...

Published By : Ladu Kishor | June 13, 2025 7:42 PM

ବିନିକା୧୩/୦୬: ବିନିକା ଥାନା ମହାଦେବପାଲି ଫାଣ୍ଡି କର୍ତ୍ତଙ୍ଗ ଗ୍ରାମରେ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ଠିକାଦାରଙ୍କ ୧୫ ଗୋଟି ସେଣ୍ଟ୍ରିପ୍ଲେଟ, ସାଇକେଲ ଓ ଗ୍ୟାସ ଚୋରୀ ମାମଲାରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି l ସୁଚନା ଅନୁସାରେ କର୍ତ୍ତଙ୍ଗ ଠାରେ ଚାଲିଥିବା ଏକ ରାସ୍ତା ନିର୍ମାଣ କାମ ବେଳେ ୧୫ ଟି ସେଣ୍‌ଟ୍ରି ପ୍ଲେଟ, ଗୋଟିଏ ସାଇକେଲ ଓ ଗ୍ୟାସ ଚୋରୀ ହୋଇଥିଲା l ଏନେଇ ଲମ୍ବୋଦର ମୁଣ୍ଡା ବିନିକା ଥାନା ରେ ୦୮/୬/୨୦୨୫ ଅଭିଯୋଗ କରିବା ପରେ ପୋଲିସ ଥାନା କେସ ନମ୍ୱର୧୦୨/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା l 

ଗତକାଲି ରାତିରେ କୌଣସି ସୂତ୍ରରୁ ଖବର ପାଇଁ ମହାଦେବପାଲି ଫାଣ୍ଡି ଅଧିକାରୀ ଶ୍ରୀକୃଷ୍ଣ ସେଠ ଓ ଷ୍ଟାଫ ଚୋରୀ ମାମଲାରେ କର୍ତ୍ତଙ୍ଗ ଗ୍ରାମର ଶଶୀଭୂଷଣ ଚୌଧୂରୀ, ପ୍ରମୋଦ ବାଗ ଓ ସୁନିଲ ଜାଲଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ୧୫ ଟି ସେଣ୍ଟ୍ରିଂ ପ୍ଲେଟ ଜବତ କରିଥିବା ବେଳେ ଚୋରୀ ସାଇକେଲ ଓ ଗ୍ୟାସ କିଣିଥିବା ତୁଲୁଣ୍ଡୁପାଲି ଗ୍ରାମର ଶିବ ଚରଣ ଦାଣ୍ଡିଆଙ୍କୁ ଗିରଫ କରିଥିଲେ l ଏନେଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଫାଣ୍ଡି ଅଧିକାରୀ ଶ୍ରୀକୃଷ୍ଣ ସେଠ ସୂଚନା ଦେଇଛନ୍ତି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.