ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ପାନୀୟ ଜଳ ପାଇଁ ହନ୍ତସନ୍ତ ଗାଜିପୁର ଗ୍ରାମବାସୀ

Published By : Harapriya Sethi | June 19, 2025 11:22 AM

ଚନ୍ଦନେଶ୍ଵର,୧୯/୦୬: ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଶତାଧିକ ଲୋକେ । ପୋଖରୀ ପାଣି ହି ଏକ ମାତ୍ର ସାହା ଭରସା । ଝାଡ଼ାବାନ୍ତିରେ ଆକ୍ରାନ୍ତ ନେଇ ଚିନ୍ତାରେ ପଡ଼ିଛନ୍ତି ଶତାଧିକ ପରିବାର । ବାଲେଶ୍ୱର ଜିଲ୍ଲା ଭୋଗରାଇ ହୁଗୁଳି ପଞ୍ଚାୟତ ଗାଜିପୁର ଗାଁରେ ପିଇବା ପାଣି ନେଇ ଏବେ ହନ୍ତସନ୍ତ ଶତାଧିକ ପରିବାର । ଗୋଟିଏ ପାଣି ଟ୍ୟାପ୍‌ ଉପରେ ନିର୍ଭର କରି ସମସ୍ତ ପରିବାର ଚଳୁଥିବା ବେଳେ ପ୍ରାୟ ୩ ମାସରୁ ଉର୍ଦ୍ଧ୍ୱ ହେବ ଉକ୍ତ ଟ୍ୟାପ୍‌ରେ ଆସୁନାହିଁ ପାନୀୟ ଜଳ । ପାଖରେ ଥିବା ଏକ ପୋଖରୀରୁ ପାଣି ନେଇ ଚଳୁଛନ୍ତି ଲୋକେ । ପିଲାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଏବେ ରାଜ୍ୟରେ ଝାଡ଼ାବାନ୍ତି ନେଇ ସବୁଆଡେ ସମସ୍ୟା ଉପୁଜୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଗାଜିପୁର ବାସିନ୍ଦା । 

ଏନେଇ ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସୁଧାର ଆସିନାହିଁ । ଗୁରୁବାର ଲୋକମାନେ ପାଣି ଟ୍ୟାପ୍‌ ସମୁଖରେ ପ୍ରତିବାଦ କରି କହିଛନ୍ତି ଅତି ଶୀଘ୍ର ଏହାର ସୁଧାର ନଆସିଲେ ଆନ୍ଦୋଳନ କରାଯିବ । ଅଞ୍ଚଳରେ କେହି ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ସମ୍ପୃକ୍ତ ବିଭାଗ ଦାୟୀ ରହିବେ ବୋଲି କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.