ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସଂକ୍ରମଣ ନେଇ ସ୍ବାସ୍ଥ୍ୟ ବିଭାଗ ତତ୍ପର

Published By : Gurupada Nath | June 20, 2025 5:57 PM

ରାଉରକେଲା,୨୦/୬ : ବର୍ଷା ଋତୁରେ ଡ଼ାଇରିଆ ସଂକ୍ରମଣର ଭୟ ଥିବାରୁ ଆରଏମସିର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ କରାଯାଉଛି । ଏହି କ୍ରମରେ ଗତକାଲି ଉଦିତ ନଗର ଫୁଡ୍ କୋର୍ଟ ସମେତ କୋଏଲ ନଗର ଏବଂ କଳିଙ୍ଗ ବିହାରର ବିଭିନ୍ନ ହୋଟେଲ, ଚିକେନ୍ ଦୋକାନ ଏବଂ ରାସ୍ତା କଡ଼ ଖାଦ୍ୟ ଦୋକାନ ଗୁଡ଼ିକରେ ଚଢ଼ଉ କରାଯାଇ ଖାଦ୍ୟ ନମୁନା ସଂଗ୍ରହ କରାଯାଇଛି। 

ଖାଦ୍ୟ ବିକ୍ରେତାଙ୍କଠାରୁ ୫ଟି ଖାଦ୍ୟ ନମୁନା ଏବଂ ଗୋଟିଏ ପାଣି ନମୁନା ସଂଗ୍ରହ କରାଯାଇ ଏହାର ମାନ ନିରୂପଣ ପାଇଁ ପରୀକ୍ଷାଗାରକୁ ପଠାଯିବା ସହ ପ୍ରାୟ ୫କିଲୋଗ୍ରାମ ବାସି ଖାଦ୍ୟ ନଷ୍ଟ କରାଯାଇ ଜରିମାନା ଆଦାୟ କରାଯାଇଥିଲା । ଏଥିସହ ଦୋକାନରେ ପରିଷ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା ପୂର୍ବକ ତଟକା ଖାଦ୍ୟ ବିକ୍ରୟ ପାଇଁ ଦୋକାନୀଙ୍କୁ ପରାମର୍ଶ ଦିଆଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.