ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ହାଇକୋର୍ଟଙ୍କ ଉଦବେଗ ପ୍ରକାଶ

Published By : Gurupada Nath | June 19, 2025 6:10 PM

କଟକ,୧୯/୬ :  କଟକ ସହରର ପରିମଳ ବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ। ସହରରେ ଯେପରି ଝାଡ଼ାବାନ୍ତି ନ ବ୍ୟାପେ ସେ ନେଇ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ଲାଗି ଆଜି ସିଏମସିକୁ ନିର୍ଦ୍ଦେଶ ହୋଇଛି। କଟକ ସହରକୁ ସଂକ୍ରମଣମୁକ୍ତ ରଖିବା ଲାଗି  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ସିଏମସି ଆଗୁଆ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ହୋଇଛି। ତା’ବ୍ୟତିତ ଡ୍ରେନର ରକ୍ଷଣାବେକ୍ଷଣ ଏବଂ ସମ୍ଭାବ୍ୟ ଜଳବନ୍ଦୀ ଅଂଚଳରୁ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି କୋର୍ଟ। ଏବଂ ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନେଇ  ୱାଟକୋ କର୍ତ୍ତୃପକ୍ଷ ଉଚିତ ପଦକ୍ଷେପ ନେବା ଲାଗି ଆଜି ନିର୍ଦ୍ଦେଶ ହୋଇଛି । 

ତେବେ ନିର୍ଦ୍ଦେଶର କାର୍ଯ୍ୟକାରିତା ନେଇ ଏ ସମସ୍ତ ବିଭାଗଠାରୁ ସତ୍ୟପାଠ ଲୋଡ଼ିଛନ୍ତି ହାଇକୋର୍ଟ । ଆସନ୍ତା ୩ ତାରିଖ ସୁଦ୍ଧା ନିର୍ଦ୍ଦେଶ କାର୍ଯ୍ୟକାରିତା ନେଇ ସତ୍ୟପାଠ ଦାଖଲ କରିବାକୁ ଆଜି ନିର୍ଦ୍ଦେଶ ହୋଇଛି । କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଆଜି ଶୁଣାଣି ହୋଇଛି । ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଡ଼ଭୋକେଟ କମିଟି ସହରର ବିଭିନ୍ନ ସ୍ଥାନକୁ ଯାଇ ରିପୋର୍ଟ ସଂଗ୍ରହ କରିଥିଲେ । ଆଡ଼ଭୋକେଟ କମିଟି ଏବଂ ଅମିକସକ୍ୟୁରୀଙ୍କ ରିପୋର୍ଟ ଆଧାରରେ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.