ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଶରୀରରେ ୟୁରିକ୍ ଏସିଡର ମାତ୍ରା ଅଛି କି ଅଧିକ? ଏହିସବୁ ଖାଦ୍ୟରୁ ରୁହନ୍ତୁ ଦୂରରେ...

Published By : Anindita Ratha | June 13, 2025 2:50 PM

ରକ୍ତରେ ୟୁରିକ୍ ଏସିଡର ମାତ୍ରା ବୃଦ୍ଧି ପାଇଲେ ଦେଖା ଦେଇଥାଏ ଅନେକ ସ୍ବାସ୍ଥ୍ୟ ସମସ୍ୟା । ଏହା ବ୍ୟତୀତ ୟୁରିକ୍ ଏସିଡର ମାତ୍ରା ବୃଦ୍ଧି ଦ୍ୱାରା ହୃଦୟ ରୋଗ,ପାଚନ ପ୍ରକ୍ରିୟାରେ ସମସ୍ୟା ଓ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବୃଦ୍ଧିପାଏ । ଏହାକୁ 'ହାଇପରୟୁରିସିମିୟା' ବୋଲି କୁହାଯାଏ । ଶରୀରର ଏକ ସ୍ଥିତି ଯେଉଁଥିରେ ୟୁରିକ୍ ଏସିଡର ମାତ୍ରା ବୃଦ୍ଧି ପାଇଥାଏ । ଆଜିକାଲି ଏହା ଏକ ସାଧାରଣ ସମସ୍ୟା ହୋଇଗଲାଣି। ତେଣୁ ଯଦି ଠିକ୍ ସମୟରେ ଆପଣ ସଜାଗ ନ ହୁଅନ୍ତି ତେବେ କଷ୍ଚଦାୟକ କିଡନୀ ଜନିତ ସମସ୍ୟା ଦେଖାଦେଇପାରେ । ପ୍ରାଥମିକ ସ୍ତରରେ ଏହାର କୌଣସି ଲକ୍ଷଣ ଦେଖାଦିଏ ନାହିଁ । ତେଣୁ ଚିକିତ୍ସାରେ ଅବହେଳା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । ଏପରିକି ହୃଦଘାତର ସମସ୍ୟା ସାମ୍ନା କରିବାକୁ ପଡିପାରେ । 

ତେଣୁ ଯଦି ଆପଣ କିଛି କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତି,ତେବେ ୟୁରିକ୍ ଏସିଡର ମାତ୍ରା ସହଜରେ ନିୟନ୍ତ୍ରଣ କରିପାରିବେ। ଯାହା ମଧ୍ୟରେ ନିୟମିତ ବ୍ୟାୟାମ କରିବା,ସଠିକ ଓଜନ ରଖିବା,ମଦ୍ୟପାନ ଓ ଆମିଷ ଠାରୁ ଦୂରେଇ ରହିବା ଭଳି ଅଭ୍ୟାସ ଆପଣେଇଲେ ୟୁରିକ୍ ଏସିଡର ମାତ୍ରା ନିୟନ୍ତ୍ରଣ ସମ୍ଭବ ହେବ ।ଏପରି କିଛି ଖାଦ୍ୟ ରହିଛି ଯାହା ୟୁରିକ୍ ଏସିଡର ମାତ୍ରା ବୃଦ୍ଧିରେ ଯୋଗଦାନ କରେ । ଏହି ସବୁ ଖାଦ୍ୟରୁ ଆପଣଙ୍କୁ ଦୂରେଇ ରହିବା ଆବଶ୍ୟକ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟରୁ ଆପଣ ଦୂରେଇ ରହିବା ଉଚିତ ।

ଫୁଲକୋବି: ଏହି ପରିବାରେ ମଧ୍ୟମ ମାତ୍ରାର ପ୍ୟୁରିନ୍ ରହିଥାଏ । ବହୁତ ଅଧିକ ଫୁଲକୋବି ସେବନ ଦ୍ୱାରା ଶରୀରରେ ୟୁରିକ୍ ଏସିଡର ସ୍ତର ବଢିଥାଏ । ତେଣୁ ସୀମିତ ମାତ୍ରାରେ ଫୁଲକୋବି ସେବନ କରନ୍ତୁ ।

ହରଡ ଡାଲି: ଡାଲି ପ୍ରୋଟିନ୍ ଓ ଫାଇବରର ଗନ୍ତାଘର। ମାତ୍ର ଅପରି କିଛି ଡାଲି ରହିଛି ଯେଉଁଥିରେ ପ୍ୟୁରିନ୍ ମଧ୍ୟମରୁ ଅଧିକ ମାତ୍ରାରେ ରହିଥାଏ । ସେଗୁଡିକ ମଧ୍ୟରେ ହରଡ ଡାଲି, ମସୁର ଡାଲି ଓ ବିରିରେ ଅଧିକ ପ୍ୟୁରିନ୍ ମାତ୍ରା ରହିଥାଏ । ଯାହା ଶରୀରରେ ଭାଙ୍ଗିଲେ ୟୁରିକ୍ ଏସିଡର ରୂପ ନେଇଥାଏ ।

ଛତୁ:ଛତୁରେ ବହୁ ପରିମାଣର ଭିଟାମିନ୍ ରହିଥାଏ। ହେଲେ ଛତୁ ସେବନ କରିଲେ ଏଥିରୁ ରକ୍ତରେ ପ୍ୟୁରିନ୍ ମାତ୍ରା ବୃଦ୍ଧିପାଏ । ନିୟମିତ ଛତୁ ସେବନ କରିଲେ ଶରୀରରେ ୟୁରିକ୍ ଏସିଡ ବଢିଥାଏ ।

ପାଳଙ୍ଗ ଶାଗ: ପାଳଙ୍ଗ ଶାଗ ଶରୀରକୁ ବହୁ ଆବଶ୍ୟକୀୟ ଉପାଦାନ ଯୋଗାଇଥାଏ । ମାତ୍ର ଏଥିରେ ଅକ୍ସାଲେଟ୍ ଓ ପ୍ୟୁରିନ୍ ଅଧିକ ମାତ୍ରାରେ ରହିଥାଏ । ୟୁରିକ୍ ଏସିଡର ମାତ୍ରା ଶରୀରରେ ଅଧିକ ଥିଲେ ଏହାକୁ ସେବନ କରନ୍ତୁ ନାହିଁ ।

ରାଜମା: ରାଜମା ବା କିଡନୀ ବିନ୍ସ ଏକ ପ୍ଲାଣ୍ଟ ବେସ୍ ପ୍ରୋଟିନର ସ୍ରୋତ ଅଟେ । ହେଲେ ଏହାକୁ ହଜମ କରିବା କଷ୍ଟକର ଅଟେ । ଏହା ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏଥିରେ ମଧ୍ୟମ ଧରଣର ପ୍ୟୁରିନ୍ ରହିଥାଏ । ତେଣୁ ଅଳ୍ପ ମାତ୍ରାରେ ଏହାକୁ ସେବନ କରନ୍ତୁ।






Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.