ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହଇଜାକୁ ଦୃଷ୍ଟିରେ ରଖି ହୋଟେଲ, ଜଳଖିଆ ଦୋକାନ ଉପରେ ଚଢ଼ଉ ; ୧୫ହଜାର ଜରିମାନା ଆଦାୟ

Published By : Gurupada Nath | June 20, 2025 8:32 PM

ମାଲକାନଗିରି,୨୦/୬ : ସାରା ଓଡ଼ିଶାରେ ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ବିଭିନ୍ନ ଫାଷ୍ଟଫୁଡ, ହୋଟେଲ ଏବଂ ଜଳଖିଆ ଦୋକାନ ଉପରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ପୌରପାଳିକାର ମିଳିତ ଚଢଉ କରାଯାଇଛି । ବାସୀ ଖାଦ୍ୟ ସହ ବିଭିନ୍ନ ଦୋକାନରେ ବ୍ୟବହାର ହେଉଥିବା ପାଣିର ନମୁନା ସଂଗ୍ରହ କରାଯାଇ ଯେପରି ସମସ୍ତ ହୋଟେଲ ଓ ଦୋକାନ ମାଲିକମାନେ ସରକାରୀ ନିୟମର ପାଳନ କରି ସ୍ବଚ୍ଛ ପରିବେଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବେ ସେ ନେଇ ତାଗିଦ କରିଛନ୍ତି।

ବିଭିନ୍ନ ଦୋକାନ ଗୁଡ଼ିକରୁ ସଂଗ୍ରହ ଖାଦ୍ୟ ଓ ପାଣି ନମୁନା ଯାଞ୍ଚ ହେବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଯେଉଁ ଦୋକାନୀ ବେନିୟମ କାର୍ଯ୍ୟ ତଥା ବିନା ଅନୁମତିରେ ଦୋକାନ ଚଳାଉଥିଲେ । ସେମାନଙ୍କଠାରୁ ପାଖାପାଖି ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଶୁଦ୍ଧ ପାନୀୟ ଜଳ ସହ ସଜ ଖାଦ୍ୟ ପରିବେଷଣ ପାଇଁ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି । ଏହି ଚଢଉରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ, ମହାମାରୀ ବିଶେଷଜ୍ଞ ଡାକ୍ତର ଦୁର୍ଗା ପ୍ରସାଦ ରାଜ, ସ୍ୱାସ୍ଥ୍ୟ ବିଭାଗ ଓ ପୌରପରିଷଦ କର୍ମଚାରୀ ଏବଂ ପୁଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.