ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତବାସୀ : ପିଇବାକୁ ନାହିଁ ବିଶୁଦ୍ଧ ପାଣି, ରାତିରେ ବିତୁଛି ଅନ୍ଧାରି ଜୀବନ

Published By : Rasmita Pradhan | June 14, 2025 10:58 AM

ଭବାନୀପାଟଣା,୧୩ା୬ : ପିଇବାକୁ ମୁନ୍ଦେ ବିଶୁଦ୍ଧ ପାଣି ନାହିଁ। ସୋଲାର ସିଷ୍ଟମ ଅଛି ହେଲେ ବର୍ଷା ଦିନରେ କାମ କରୁନି। ଏମାନଙ୍କ ଶୋଷ ମେଣ୍ଟାଉଛି ଦୂଷିତ ନାଳ ପାଣି। ବିଜୁଳି ଆଲୁଅ କଥା ନକହିବା ଭଲ। ଦିନରେ ସୂର୍ଯ୍ୟ ରାତିରେ ମିଞ୍ଜି ମିଞ୍ଜି ହୋଇ ଡିବିରି ଆଲୁଅ ଏମାନଙ୍କର ଭରଷା। ଆଉ ଶିକ୍ଷା ବ୍ୟବସ୍ଥା କଥା ନକହିବା ଭଲ। ଏ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଜାମ୍‌ଚୁଆଁ ଗାଁର ଜଳ ଜଳ ହୋଇ ଦିଶୁଥିବା ବିକାଶର ଚିତ୍ର। ମୌଳିକ ସୁବିଧାରୁ ଏଯାଏ ବଞ୍ଚିତ ଅଛନ୍ତି ଉପାନ୍ତବାସୀ। 

ଜାମ୍‌ଚୁଆଁ ଗାଁରେ ୧୫ରୁ ଉର୍ଦ୍ଧ୍ଵ ପରିବାରରେ ଶହେରୁ ଅଧିକ ଲୋକେ ବସବାସ କରୁଛନ୍ତି। ହେଲେ ଦୁଃଖର ବିଷୟ ଏଠାରେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ପହଞ୍ଚି ପାରିନି। ଗାଁରେ ପାନୀୟ ଜଳ ସୁବିଧା ନଥିବାରୁ ଲୋକେ ନାଳ ପାଣି ବ୍ୟବହାର କରୁଛନ୍ତି। ସେହିପରି ଏଯାଏ ଏମାନେ ବିଦ୍ୟୁତ୍ ଆଲୁଅ ଦେଖି ନାହାନ୍ତି। ରାତି ହେଲେ କଟୁଛି ଅନ୍ଧାରି ଜୀବନ କାଟୁଥିବା ଗାଁ ଲୋକମାନଙ୍କ ପାଇଁ ବଢୁଛି ହିଂସ୍ର ଜନ୍ତୁଙ୍କ ଭୟ। ଭଗବାନଙ୍କ ଭରଷାରେ ରାତି କାଟୁଛନ୍ତି ଏମାନେ।

ଏଠି ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ପିଲାମାନଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ନାହିଁ। ୨ କି.ମି ପାହାଡ଼ି ଅଙ୍କାବଙ୍କା ଘାଟି ଜଙ୍ଗଲ ରାସ୍ତା ଦେଇ ବେନ୍‌ଗାଁ ଅଙ୍ଗନବାଡି କେନ୍ଦ୍ର ନହେଲେ ୩ କି.ମି ଦୂର ଭଟାଜରିକୁ ପାଠ ପଢିବାକୁ ଯାଉଛନ୍ତି କୋମଳମତି ଶିଶୁ। ତେଣୁ ପିଲାଙ୍କୁ ଆଉ ପାଠ ପଢିବାକୁ ଛାଡ଼ୁନାହାଁନ୍ତି ଅଭିଭାବକ। 

ଗାଁରେ ବିଜୁଳି ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଲୋକେ। ଖାଲି ମିଳୁଛି ପୁଳାପୁଳା ପ୍ରତିଶୃତି, ହେଲେ ଫଳ ଶୂନ। ଏଣୁ ଅତିଶୀଘ୍ର ଗାଁକୁ ସମସ୍ତ ସୁବିଧା ସୁଯୋଗ ଯୋଗେଇ ଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ଚନ୍ଦ୍ର ମାଝୀ, ସାନ୍ଦ୍ର ମାଝୀ, ଭିମ ମାଝୀ, ପଦ୍ମା ମାଝୀ, ସରସ୍ୱତୀ ମଝୀ ଓ ଅନ୍ୟ ଗ୍ରାମବାସୀ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.